ଆତ୍ମନିର୍ଭରଶୀଳ କରିଛି ମାଛ ଓ ଛତୁ ଚାଷ: ଘର କାମ ସହ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

Advertisment
ଆତ୍ମନିର୍ଭରଶୀଳ କରିଛି ମାଛ ଓ ଛତୁ ଚାଷ: ଘର କାମ ସହ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

କନକ ବ୍ୟୁରୋ: ମାଛ ଓ ଛତୁ ଚାଷ ଦେଇଛି ରୋଜଗାର ଆଉ ସ୍ୱୟଂସହାୟିକା ଗୋଷ୍ଠିର ମହିଳା ମାନଙ୍କୁ କରିଛି ଆତ୍ମନିର୍ଭରଶିଳ । ନିଷ୍ଠା ଏବଂ ଉଦ୍ୟମ ବଳରେ ସ୍ୱୟଂସହାୟିକା ଗୋଷ୍ଠର ମହିଳା ମାନେ ପରଷ୍ପର ସାହାର୍ଯ୍ୟ ଏବଂ ସହଯୋଗରେ ମାଛ ଏବଂ ଛତୁଚାଷରେ ସଫଳତା ପାଇବା ସହିତ ଭଲ ଦୁଇପଇସା ରୋଜଗାର କରି ପରିବାରର ଆର୍ଥିକ ସ୍ଥିତି ମଜଭୁତ କରିବା ସହିତ ହୋଇ ପାରିଛନ୍ତି ସ୍ୱାବଲମ୍ବି ।

ମାଛ ଓ ଛତୁ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ଘର କାମ ସାରି ବଳକା ସମୟରେ ମାଛ ଓ ଛତୁ ଚାଷ କରି ରୋଜଗାର କରୁଛନ୍ତି ଦୁଇ ପଇସା । ଆମେ କହୁଛୁ କେନ୍ଦ୍ରାପଡା ଗରଦପୁର ବ୍ଲକ ଅରାବୋଳ ଗାଁର ମା’ ତାରିଣୀ ସ୍ୱୟଂସାହାୟକ ଗୋଷ୍ଠିର ମହିଳା ମାନଙ୍କ କଥା । ନିଜର ନିଷ୍ଠା ଏବଂ ପରିଶ୍ରମ ପାଇଁ ଆଜି ପାଇ ପାରିଛନ୍ତି ସଫଳତା । ଗାଁର ପୋଖରୀକୁ ଲିଜରେ ନେଇ ଚାଷ ୨ ବର୍ଷ ହେବ ଚାଷ କରୁଛନ୍ତି । ପୋଖରୀର ପରିସ୍କାର କାମ ଠାରୁ ଆରମ୍ଭ କରି ମାଛମାନଙ୍କୁ ଦେବା ପର୍ଯ୍ୟନ୍ତ ଏସବୁ କାମ ସୁରୁଖୁରୁରେ ତୁଲାଇଥାଆନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ସମସ୍ତ କାର୍ଯ୍ୟକୁ ଗୋଷ୍ଠୀର ସଦସ୍ୟମାନେ ମିଳିତ ଭାବରେ ତୁଲାଇ ଥାଆନ୍ତି । ଏହି ଚାଷ ଦ୍ୱାରା ଭଲ ଆୟ ମିଳୁଥିବା କହିଛନ୍ତି ଏସଏଚଜି ମହିଳା ।

ରୋହି, ଭାକୁର, ମିରକାଳି, ଗ୍ରାସକପ୍ ଭଳି ବିଭିନ୍ନ ପ୍ରକାରର ମାଛ ଜାଆଁଳ ପୋଖରୀରେ ଛଡ଼ାଯାଇଛି । ଜାଆଁଳ ଛାଡିବାର ୨ ବର୍ଷପରେ ଏବେ ମାଛ ଗୁଡିକ ବିକ୍ରି କରିଛନ୍ତି ଗୋଷ୍ଠିର ମହିଳାମାନେ । ପ୍ରାୟ ୨ କ୍ୱିଂଟାଲରୁ ଉର୍ଦ୍ଧ ମାଛଧରି ୨୫ ରୁ ୩୦ ହଜାର ଟଙ୍କାରେ ସ୍ଥାନିୟ ଅଂଚଳରେ ବିକ୍ରି କରିଛନ୍ତି । ପ୍ରାୟ ୨୦ ଜଣ ମହିଳା ଏକତ୍ର ହୋଇ ୨୦୧୪ ମସିହାରେ ମା ତାରିଣୀ ସ୍ୱୟଂସହାୟକ ଗୋଷ୍ଠୀର ଗଠନ କରିଥିଲେ । ଗୋଷ୍ଠୀର ସଦସ୍ୟମାନେ ମିଳିତ ଭାବରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିବା ସହିତ ସଦସ୍ୟ ମାନଙ୍କର ଆର୍ଥିକ ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି ।

ଖାଲି ମାଛ ଚାଷ ନୁହେଁ ମହିଳା ମାନେ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ଛତୁ ଚାଷ । ଚତୁ ଚାଷ ପାଇଁ ଆବଶ୍ୟକ ହେଉଥିବା ଛଣ ଓ ଛତୁ ମଂଜି କିଣି ଛତୁଚାଷ କରୁଛନ୍ତି । ଛତୁ ଚାଷର ପ୍ରଣାଳୀ ଅନୁସାରେ ଛଣ ଗୁଡ଼ିକୁ କାଟି ଏହାକୁ ଏକ ପାଣି ଭିଜାଇ ଛତୁ ବେଡ଼ ପାକାଇଥାଆନ୍ତି । ପଲିଥିନରେ ଛଣ ଭିତରେ ଛତୁ ମଂଜିକୁ ପ୍ୟାକିଂ କରି ରଖିବାର ଦିନେ ଦୁଇ ଦନ ଭିତରେ ଏଥିରୁ ଛତୁ ତୋଳାଯାଇଥାଏ । ଏହାକୁ ସଂଗ୍ରହ କରି ସ୍ଥାନୀୟ ବଜାରର ବିକ୍ରୟ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

ମା ତାରଣୀ ସ୍ୱୟଂସହାୟକ ଗୋଷ୍ଠିର ସଦସ୍ୟ ମାନଙ୍କର ନିଷ୍ଠା ଏବଂ ଉଦ୍ୟମ ବଳରେ ମିଳିଥିବା ସଫଳତା ଏବଂ ସ୍ୱାବଲମ୍ବି ହେବାର କାହାଣୀ ସ୍ଥାନିୟ ଅଂଚଳରେ ଅନ୍ୟମାନଙ୍କ ପାଇଁ ଉଦାହଣ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe