କନକ ବ୍ୟୁରୋ: ପହିଲି ଶୀତର ମଜା ନେଉଛନ୍ତି କନ୍ଦମାଳବାସୀ । କନ୍ଧମାଳ ଜିଲ୍ଲାରେ କୋହଲା ଶିତ ଅନୁଭୁତ ହେବା ସହିତ ସକାଳୁ ଘନ କୁହୁଡି ଛାଇ ରହୁଛି । ଜିଲ୍ଲାକୁ ଘେରି ରହିଥିବା ପାହାଡ ପର୍ବତ ଏବଂ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ଏଠାକୁ ବୁଲି ଆସନ୍ତିି ପର୍ଯ୍ୟଟକ । ଜିଲ୍ଲାରେ ଶୀତ ପ୍ରାୟତଃ ଅକ୍ଟୋବର ମାସରୁ ଆରମ୍ଭ ହୋଇ ଫେବୃୟାରୀ ମାସ ପର୍ଯ୍ୟନ୍ତ ଅନୁଭୁତ ହୋଇଥାଏ । ତେଣୁ ଚଳିତ ବର୍ଷ ପ୍ରାୟତଃ ସଠିକ ସମୟରେ ଶିତ ଛୁଇଁଥିବା ଅନୁମାନ କରାଯାଉଛି । ପହିଲ ଶୀତ ସ୍ପର୍ଶରେ ସକାଳୁ ସକାଳୁ କୁହୁଡି ପଡ଼ୁଛି ।
ତେବେ ଜିଲ୍ଲାବାସୀ ଏହି ପାଗର ମନଭରି ଉପଭୋଗ କରୁଥିବା ବେଳେ, ସକାଳୁ ସକାଳୁ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଯୁବତୀ ପହିଲି ଶୀତର ମଜା ନେବା ପାଇଁ ରାଜ ରାସ୍ତାକୁ ଚାଲିଆସୁଛନ୍ତି । ପହିଲି ଶିତ ଦେହ ପାଇଁ ଏକ ପ୍ରକାର ହିତକର ବୋଲି କୁହାଯାଉଥିବା ବେଳେ ସମସ୍ତେ ଏହାକୁ ମନଭରି ଉପଭୋଗ କରୁଛନ୍ତି । ଜିଲ୍ଲାରେ ଗତ ଦୁଇ ଦିନ ହେଲା ଶିତ ପରିମାଣ ବୃଦ୍ଧି ପାଇଛି । ଆଗକୁ ଶିତ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଜିଲ୍ଲାକୁ ଶୀତବସ୍ତ୍ର ବ୍ୟବସାୟୀଙ୍କ ସୁଅ ଛୁଟିଲାଣି । ବ୍ୟବସାୟୀ ମାନେ ଫୁଲବାଣୀ ସହର ସମେତ ଦାରିଙ୍ଗବାଡି, ବାଲିଗୁଡା, କୋଟଗଡ, ବେଲଘର, ଜି.ଉଦୟଗିରି ଓ ରାଇକିଆ ଭଳି ସହରରେ ଗରମ ବସ୍ତ୍ର ବିକ୍ରି କରିବା ଆରମ୍ଭ କରିଦେଲେଣି ।
Follow Us