କନକ ବ୍ୟୁରୋ : ୧୦ ଦିନ ହେଲା ଟନେଲ ଭିତରେ ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ସୁଡ଼ଙ୍ଗ ଭିତରେ ଯେଉଁ ସ୍ଥାନରେ ଶ୍ରମିକ ମାନେ ଗତ ୧୨ତାରିଖରୁ ଫସି ରହିଛନ୍ତି ଏବଂ ସେହି ସ୍ଥାନରେ କେମିତି ଦିନ କାଟୁଛନ୍ତି ତାର ଭିଡିଓ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଟନେଲ ଭିତରର ଦୃଶ୍ୟ କଏଦ କରିଛି ପାଇପ ଜରିଆରେ ପଠାଯାଇଥିବା ସିସିଟିଭି କ୍ୟାମେରା ।
ଏହି ସମୟରେ ଜଣେ ଶ୍ରମିକଙ୍କୁ ଅତି ନିକଟରୁ ଦେଖିବାକୁ ମିଳିଛି । ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ସିସିଟିଭି କ୍ୟାମେରା ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏହାସହ ୱାକି ଟକି ଜରିଆରେ ଫସିରହିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଅଧିକାରୀ । ଏବଂ ତାଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/g-1.jpg)