ଏମିତି ବାହାଘର ଯାହା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ । ପୁଅ ବନିଲା ଝିଅ ଆଉ ଝିଅ ସାଜିଲା ପୁଅ । ଲିଙ୍ଗ ପରିବର୍ତ୍ତନ କରି ବନିଲେ ଜୀବନ ସାଥୀ ।

Advertisment
ଏମିତି ବାହାଘର ଯାହା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ । ପୁଅ ବନିଲା ଝିଅ ଆଉ ଝିଅ ସାଜିଲା ପୁଅ । ଲିଙ୍ଗ ପରିବର୍ତ୍ତନ କରି ବନିଲେ ଜୀବନ ସାଥୀ ।

source: Amarujala

ବିବାହ ଋତୁରେ ଆମେ ଆପଣଙ୍କ ପାଇଁ କିଛି ଏଭଳି ଖବର ନେଇ ଆସିଛୁ ଯାହା ଆପଣ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇ ପଡିବେ । ଆଜ୍ଞା ହଁ, କେରଳର ଦୁଇ ବ୍ୟକ୍ତି ନିଜର ଲିଙ୍ଗ ପରିବର୍ତ୍ତନ କରି ବିବାହ କରିଛନ୍ତି । ଏବେ ଏହି ନିଆରା ବିବାହ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଟ୍ରାନ୍ସଜେଣ୍ଡର ବିବାହକୁ ସାମାଜିକ ନ୍ୟାୟ ଏବଂ ପ୍ରେମର ନିଆରା ଉଦାହରଣ ରୂପେ ଦେଖାଯାଇଛି । ଗତ ଗୁରୁବାର ଦିନ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଥିରୁଅନନ୍ତପୁର ନ୍ୟାସନାଲ କ୍ଲବରେ ୫୦ବନ୍ଧୁବାନ୍ଧବଙ୍କ ଉପସ୍ଥିତରେ ବିବାହ ସମ୍ପନ୍ନ କରିଥିଲେ । ବିବାହରେ ସାମିଲ ଥିବା ସମସ୍ତ ବନ୍ଧୁ ପରିଜନ ଖୁସିର ଆଶୀର୍ବାଦ ଦେଇଥିଲେ ।

publive-image source: Amarujala

ଆପଣଙ୍କ ଜାଣିବା ସକାଶେ ଆମେ ଏଠାରେ କହିବାକୁ ଚାହୁଛୁ ଯେ ପୁରୁଷରୁ ମହିଳା ହୋଇଥିବା ସୂର୍ଯ୍ୟା ଏବଂ ମହିଳାରୁ ପୁରୁଷ ହୋଇଥିବା ଈଶାନଙ୍କର ଏହି ନିଆରା ବିବାହକୁ କେରଳ ରାଜ୍ୟରେ ପ୍ରଥମ ଟ୍ରାନ୍ସଜେଣ୍ଡର ବିବାହର ସ୍ୱୀକୃ୍ତି ମିଳିଛି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଈଶାନ ପେଶାରେ ଜଣେ ବ୍ୟବସାୟୀ ଅଟନ୍ତି, ଏବଂ ସୂର୍ଯ୍ୟା ଏକ ଟିଭି ଆଙ୍କର ରୂପରେ କାର୍ଯ୍ୟରତ ଅଟନ୍ତି । ଏହି ଯୋଡି ପରସ୍ପରକୁ ଅନେକ ସମୟ ଧରି ଜାଣିଛନ୍ତି ।

publive-image source: Amarujala

ଏହା ମଧ୍ୟ ନୁହେଁ କି ସୂର୍ଯ୍ୟା ଏବଂ ଈଶାନଙ୍କ ବିବାହରେ ସହଜରେ ହୋଇଗଲା । ଏହି ବିବାହ ପାଇଁ ସେମାନଙ୍କର ରାସ୍ତା ଏତେ ବିପଦପୂର୍ଣ୍ଣ ଥିଲା ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହାପରେ ମଧ୍ୟ ଦୁହେଁ ସାହାସିକତାର ସହ ଆଗକୁ ବଢିଥିଲେ ।

publive-image source: Amarujala

ଆରମ୍ଭରୁ ସାମାଜିକ ଏବଂ ପରିବାର ବିରୋଧର ସାମ୍ନା କରିବାକୁ ପଡିଥିଲା । ସୂର୍ଯ୍ୟାଙ୍କ କହିବା ମୁତାବକ ଈଶାନ ମୁସଲିମ ସମ୍ପ୍ରଦାୟର ହୋଇଥିବା କାରଣରୁ ତାଙ୍କ ପରିବାର ଆରମ୍ଭରୁ ବିବାହ ପାଇଁ ପ୍ରସ୍ତୁତ ନଥିଲେ । ମାତ୍ର ଦୁଇ ପରିବାରକୁ ଦୁହିଁଙ୍କ ଜିଦ୍ଦି କାରଣରୁ ନଇଁବାକୁ ପଡିଥିଲା । ଗୁରୁବାର ଦିନ ପରିବାର ବର୍ଗ ସମେତ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ ସମ୍ପୂର୍ଣ୍ଣ ହୋଇଥିଲା ।

୨୦୧୪ରେ ସୁପ୍ରିମକୋର୍ଟ ଟ୍ରାନ୍ସଜେଣ୍ଡରକୁ ୩ୟ ଜେଣ୍ଡର ସଂଜ୍ଞା ଦେଇ ମାନ୍ୟତା ପ୍ରଦାନ କରିଥିଲେ, ଏହାସହ କୋର୍ଟ ସରକାର ଏଭଳି ଲୋକମାନଙ୍କ ପାଇଁ ନିୟମରେ ସଂଶୋଧନ କରି ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସମାନ ମଉକା ଦେବା ପାଇଁ ଚେଷ୍ଟା କରିବା କଥା ମଧ୍ୟ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe