ମେ ୨୩ରେ ଭୋଟ ଗଣତି, ଜୋରସୋରେ ଚାଲିଛି ପ୍ରସ୍ତୁତି ପର୍ବ : ଆଜି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଦିଆଯାଉଛି ପ୍ରଶିକ୍ଷଣ

ଆଜି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ନେଉଛନ୍ତି ଟ୍ରେନିଂ ।

330

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି ତାଲିମ ଦିଆଯାଉଛି । ଆଜି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ନେଉଛନ୍ତି ଟ୍ରେନିଂ । ଗତକାଲି ୧୪ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷିଣ ଦିଆଯାଇଥିଲା । ୬ ଦିନ ଧରି ୧୫ ରୁ ୨୦ ତାରିଖ ଯାଏଁ ଟ୍ରେନିଂ ଦିଆଯିବା ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ନିର୍ବାଚନରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଅତି ସାବଧାନତା ସହ ଭୋଟଗଣତି ହେବ । ପ୍ରଶିକ୍ଷଣରେ ଅନେକ ଟେକ୍ନିକାଲ ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଛି । ଅଧିକାରୀମାନେ ଉକ୍ତ ଦିଗ ପ୍ରତି ଧ୍ୟାନ ଦେବା ଦରକାର । କ’ଣ କରିବେ, କ’ଣ ନକରିବେ ? କେଉଁ ପ୍ରକ୍ରିୟାରେ ଭୋଟ ଗଣତି ଅନୁଷ୍ଠିତ ହେବ ? ତାଲିମ କିପରି ଦିଆଯିବ ? ଗଣତି ପ୍ରକ୍ରିୟାରେ କେଉଁ ଦିଗକୁ ଧ୍ୟାନ ଦିଆଯିବ ? କିଛି ଅସୁବିଧା ଥିଲେ ତାହାର ପ୍ରୋଟୋକଲ୍ କ’ଣ ରହିବ ? ବିଭିନ୍ନ ଦିଗ ନେଇ ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

ଏହା ସହିତ ଓଡିଶାରେ ଗଣତି ଅଧିକ ସମୟ ଲାଗିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୫ ତାରିଖରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରର ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଯେପରି ଭୋଟ ଗଣତିରେ କୌଣସି ବିଭ୍ରାଟ ନଘଟେ ସେନେଇ ଦୃଷ୍ଟି ରଖାଯିବ ବୋଲି ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।