ବିଦେଶକୁ କମ୍ ଦରରେ ପେଟ୍ରୋଲ୍ ବିକୁଛି ଭାରତ,କିନ୍ତୁ ନିଜ ଦେଶରେ ଲାଗାଉଛି ୧୦୦% କର ।
ଦେଶରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ଦିନକୁ ଦିନ ହୁ’ହୁ ହୋଇ ବଢିବାକୁ ଲାଗିଛି । ଦିଲ୍ଲୀରେ ପେଟ୍ରୋଲ୍ ରେଟ୍ ଐତିହାସିକ ସ୍ତରରେ ଆସି ପହଞ୍ଚିଗଲାଣି,ଯାହା ୮୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ଅଧା ରେଟରେ ଅନ୍ୟ ଦେଶମାନଙ୍କୁ ତେଲ ରପ୍ତାନୀ କରେ । ତେବେ ଆସନ୍ତୁ ଜାଣିବା ଭାରତ କେଉଁ କେଉଁ ଦେଶକୁ ତେଲ ବିକ୍ରି କରେ ଏବଂ କେତେ ଟଙ୍କା କର ଆଦାୟ କରେ । ଭାରତ ଅଶୋଧିତ ତେଲ ଆୟତ କରିବାରେ ସବୁଠାରୁ ବଡ ଦେଶ ମଧ୍ୟରୁ ଗୋଟିଏ ଅଟେ । ଏହାର ପ୍ରମୁଖ କାରଣ ଅଶୋଧିତ ତେଲ ଉତ୍ପାଦକ ଦେଶ ଏବଂ ଅନ୍ୟ ଏସିୟ ଦେଶରେ ଅଧିକ ରିଫାଇନାରୀ ରହିଥାଏ । ଏହାର ସିଧାସଳଖ ଇଙ୍ଗିତ ଭାରତର ଭୌଗୋଳିକ ସ୍ଥିତିକୁ ଦର୍ଶାଇଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆପଣଙ୍କୁ କହିରଖୁଛୁ କି ଭାରତ ଦୁନିଆର ଦଶମ ସବୁଠାରୁ ଅଧିକ ରିଫାଇନଡ୍ ପେଟ୍ରୋଲ୍ ବାହାର କରୁଥିବା ଦେଶ ଅଟେ । ଭାରତ ଆମେରିକା,ୟୁକେ,ଅଷ୍ଟ୍ରେଲିୟା ସମେତ ତେଲ ଉତ୍ପାଦକ ଦେଶ ଇରାକ ଏବଂ ୟୁଏଇକୁ ମଧ୍ୟ ପେଟ୍ରୋଲ୍ ରପ୍ତାନୀ କରିଥାଏ । ୨୦୧୭ ରିପୋର୍ଟ ମୁତାବକ ଭାରତ ୨୪.୧ ଅରବ ଡଲାରର ରିଫାଇନଡ୍ ତେଲ ସଂରକ୍ଷିତ କରିଥିଲା । ଖାସ୍ କଥା ହେଉଛି କି ବିଶ୍ୱବଜାରରେ ତୈଳର ୩.୯ ପ୍ରତିଶତ ଭାଗୀଦାରି ରହିଛି । ତେବେ ରିପୋର୍ଟ ମୁତାବକ ଆମେରିକା ଏବଂ ୟୁରୋପ ବଜାରରେ ରିଫାଇନଡ୍ ତେଲର ଗୁଣବତ୍ତା ମାନକ ଅଲଗା ହୋଇଥାଏ । ଉଚ୍ଚ ଗୁଣବତ୍ତା ତେଲର ଆବଶ୍ୟକତା କାରଣରୁ ରିଫାଇନଡ୍ କରିବା ତେଲର ଦାମ୍ ବିଶ୍ୱ ଆପୁର୍ତ୍ତି ମାଧ୍ୟମରେ ନିର୍ଦ୍ଧାରିତ କରାଯାଇଥାଏ । ତେଲ ମାର୍କେଟିଙ୍ଗ୍ କମ୍ପାନୀ ଏହାକୁ ଅଧିକ ବଢାଇ ପାରିବେ ନାହିଁ ।
ଆଶ୍ଚର୍ଯ୍ୟର କଥା ହେଉଛି କି,ଘରୋଇ ରିଫାଇନଡ୍ ତେଲର ଦାମ୍ ନିର୍ଣ୍ଣୟ ମୂଲ୍ୟରୁ ଅଧିକ ହୋଇଥାଏ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ୧୦୦ ପ୍ରତିଶତ ଅଧିକ ଟ୍ୟାକ୍ସ ଆଦାୟ କରାଯାଇଥାଏ । ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ବିବରଣୀ ଅନୁସାରେ, ଭାରତୀୟ କମ୍ପାନୀକୁ ଅଶୋଧିତ ପେଟ୍ରୋଲର ଲିଟର ପିଛା ୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩୮ ଟଙ୍କା ପଡିଥାଏ । ନିକଟରେ ଆରଟିଆଇ ତରଫରୁ ଏକ ଖୁଲାସା ହୋଇଥିଲା କି ଭାରତରେ ୩୨ ରୁ ୩୪ ଲିଟର ଦାମ ପ୍ରତି ପେଟ୍ରୋଲ୍ ଏବଂ ୩୪ ରୁ ୩୬ ପ୍ରତି ଲିଟରରେ ଡିଜେଲ୍ ବାହାର ଦେଶକୁ ରପ୍ତାନୀ କରାଯାଉଛି ।