କନକ ବ୍ୟୁରୋ : ବିଶ୍ୱକପ ଟ୍ରଫି ପାଇଁ ହେବ ସୁପର ଓଭର । ବିଶ୍ୱକପ ଫାଇନାଲ ଇତିହାସରେ ପ୍ରଥମ ଥର ପାଇଁ ସୁପର ଓଭରରେ ବଛାଯିବ ବିଜେତା । ଫାଇନାଲ ମ୍ୟାଚରେ ଶେଷ ବଲ ପର୍ଯ୍ୟନ୍ତ ରୋମାଞ୍ଚ ଦେଖିବାକୁ ମିଳିଥିବା ବେଳେ ଟାଇରେ ଶେଷ ହୋଇଛି ମ୍ୟାଚ୍ । ଉଭୟ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ସ୍କୋର ଟାଇ ରହିବା ପରେ ସୁପରଓଭରରେ ବଛାଯିବ ବିଶ୍ୱବିଜେତା ।

Advertisment

ଏହାପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ଇଂଲଣ୍ଡ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ହେନେରୀ ନିକୋଲାସଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୪୧ ରନ୍ କରିବାକୁ ସକ୍ଷମ ହୋଇଥିଲା ନ୍ୟୁଜିଲାଣ୍ଡ । ଇଂଲଣ୍ଡ ପକ୍ଷରୁ କ୍ରିସ ଓକ୍ସ ଓ ଲିଆମ ପ୍ଲନକେଟ ୩ଟି ଲେଖାଏଁ ୱିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ।

ତେବେ ୨୪୨ ରନର ବିଜୟ ଲକ୍ଷ୍ୟ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ନ୍ୟୁଜିଲାଣ୍ଡ ବୋଲରଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ମାରିଥିଲା । ଶେଷ ପର୍ଯ୍ୟନ୍ତ ବେନ୍ ଷ୍ଟୋକ୍ସ ଲଢୁଆ ଇନିଂସ ଖେଳିଥିଲେ ମଧ୍ୟ ମ୍ୟାଚ୍ ଟାଇ ହୋଇଥିଲା । ଆଉ ଏହାସହ ସୁପର ଓଭରରେ ପହଞ୍ଚିଛି ଫାଇନାଲ ମ୍ୟାଚ୍ ।