କନକ ବ୍ୟୁରୋ: ଆଇପିଏଲ ଇତିହାସରେ ଘଟିବାକୁ ଯାଉଛି ଏକ ନୂଆ ଘଟଣା । ଗୋଟିଏ ସମୟରେ ଆଇପିଏଲର ଦୁଇଟି ମ୍ୟାଚ ଖେଳାଯିବ । ଚଳିତ ଆଇପିଏଲର ଶେଷ ଦୁଇ ଲିଗ ମ୍ୟାଚ ୮ ଅକ୍ଟୋବରରେ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ-ମୁମ୍ବାଇ ଓ ବାଙ୍ଗାଲୋର-ଦିଲ୍ଲୀ ।
ଏବେ ଯାଏଁ ଆଇପିଏଲରେ ଡବଲ ହେଡର ମ୍ୟାଚରେ ଗୋଟିଏ ୩ଟା ବେଳେ ଖେଳାଯାଉଥିବା ଆଉ ଗୋଟିଏ ସନ୍ଧ୍ୟା ୭ଟା ୩୦ରେ ଖେଳାଯାଉଥିଲା । ତେବେ ଦର୍ଶକମାନେ କିଭଳି ଦୁଇଟି ମ୍ୟାଚର ମଜା ନେଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ।
ତେବେ ମ୍ୟାଚରେ ଦୁର୍ନୀତିକୁ ରୋକିବା ପାଇଁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଶେଷ ଲିଗ ମ୍ୟାଚରେ ବି ଦଳ ମାନଙ୍କର ପ୍ଲେ ଅଫରେ ପ୍ରବେଶ କରିବାର ସମ୍ଭାବନା ରହିଥାଏ । ତେଣୁ ଶେଷ ମ୍ୟାଚରେ ଏଭଳି କିଛି ଦୁର୍ନୀତିକୁ ଏଡାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/9-39.jpg)