ପ୍ରତିରକ୍ଷା ଜମି ଉପରେ ସରକାରଙ୍କ ନଜର । ୨୫୦ ବର୍ଷ ତଳର ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଆଣିବେ ମୋଦୀ ସରକାର

Advertisment
ପ୍ରତିରକ୍ଷା ଜମି ଉପରେ ସରକାରଙ୍କ ନଜର । ୨୫୦ ବର୍ଷ ତଳର ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଆଣିବେ ମୋଦୀ ସରକାର

କନକ ବ୍ୟୁରୋ : ଦେଶରେ ୨୫୦ ବର୍ଷ ଧରି ଅର୍ଥାତ ବ୍ରିଟିସ ଅମଳରୁ ପ୍ରଚଳିତ ହେଉଥିବା ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଆଣିବାକୁ ମୋଦୀ ସରକାର ଯୋଜନା କରିଛନ୍ତି । ଏଭଳି ଆଇନ ବଳରେ ପ୍ରତିରକ୍ଷା ବିଭାଗ ପାଇଁ କିଣାଯାଇଥିବା ଜମିରେ ସାର୍ବଜନୀନ ପ୍ରକଳ୍ପ କିମ୍ବା ଅନ୍ୟାନ୍ୟ ଅଣ-ସାମରିକ କାର୍ଯ୍ୟପାଇଁ ସାଧାରଣ ମୂଲ୍ୟଭିତ୍ତିଭୂମି ବିକଶିତ କରିବାକୁ ସରକାର ଅନୁମତି ଦେଇପାରିବେ । ଏକ ମନିକଣ୍ଟ୍ରୋଲ ରିପୋର୍ଟରେ କୁହାଯାଇଛି କି, ୧୭୬୫ ମସିହାରେ ବଙ୍ଗଳାର ବାରାକପୁରରେ ବ୍ରିଟିସ୍ ମାନଙ୍କ ଦ୍ୱାରା ପ୍ରଥମ କ୍ୟାଣ୍ଟନମେଣ୍ଟ ପ୍ରତିଷ୍ଠା ହେବା ପରେ ଭାରତରେ ସେନା ବ୍ୟତୀତ ଅନ୍ୟ କୌଣସି ଉର୍ଦ୍ଦେଶ୍ୟରେ ସେନା ପାଇଁ କିଣାଯାଇଥିବା ଜମି ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିଲା ।

ଏହାପରେ ୧୮୦୧ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀର ଗଭର୍ଣ୍ଣର ଜେନରାଲ ଇନ-କାଉଁସିଲ ଆଦେଶ ଦେଇଥିଲେ କି ଛାବନୀ ଠାରେ ସେନା ପାଇଁ ଉଦ୍ଧିଷ୍ଟ ଥିବା କୌଣସି ବଙ୍ଗଳା ବା କ୍ୱାଟର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବିକିବା ବା ଦଖଲ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ହେଲେ ଏବେ ଏହି ନୀତିରେ ପରିବର୍ତ୍ତନ କରିବାକୁ ସରକାର ଯୋଜନା କରିଛନ୍ତି ।

ସରକାରଙ୍କ ଏଭଳି ଯୋଜନାକୁ ନେଇ ଲେଫ୍ଟନାଣ୍ଟ ଜେନରାଲ ଏଚଏସ୍ ପାନାଗ (ଅବସରପ୍ରାପ୍ତ) କହିଛନ୍ତି କି, ‘ଯେହେତୁ ଦେଶର ପ୍ରମୁଖ ସ୍ଥାନମାନଙ୍କରେ ପ୍ରତିରକ୍ଷା ବିଭାଗର ଜମି ରହିଛି , ବର୍ଷ ବର୍ଷ ଧରି ରାଜନେତା ଓ ନାଗରିକମାନେ ଏହାର ବ୍ୟବହାର ପାଇଁ ଦାବି କରୁଛନ୍ତି , ତେଣୁ ସରକାର ଅବ୍ୟବହୃତ ପ୍ରତିରକ୍ଷା ଜମିକୁ ମୁଦ୍ରାକରଣ କରି କିମ୍ବା ପ୍ରତିରକ୍ଷା ବିଭାଗକୁ ଅନ୍ୟ ଅଞ୍ଚଳରେ ଜମି ଦେଇ ପ୍ରତିରକ୍ଷା ଜମି ଉପରେ ସାର୍ବଜନୀକ ପ୍ରକଳ୍ପ କରିପାରିବେ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe