ବଦଳିଲା ସାଧାରଣତନ୍ତ୍ର ଉତ୍ସବର ରୂପ । ଏଥର କଟକରେ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଉତ୍ସବରେ ଅତିଥି ଭାବେ ଯୋଗଦେବେ ନବୀନ ।

704

କନକ ବ୍ୟୁରୋ: ବଦଳିବ ସାଧାରଣତନ୍ତ୍ର ଉତ୍ସବର ରୂପ  । ଏଥର ଜାନୁୟାରୀ ୨୬ ତାରିଖରେ କଟକରେ ପତାକା ଉତୋଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କଟକ ସହରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଦାୟିତ୍ୱ ତୁଲାଇବେ  । ଅନ୍ୟପକ୍ଷରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପତାକା ଉତୋଳନ ପ୍ୟାରେଡ଼ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେବେ  ।

ରାଜ୍ୟପାଳ ସମ୍ମିଳିତ ପରେଡ ଅଭିଭାବଦନ ଗ୍ରହଣ କରିବା ସମୟରେ ଜାତୀୟ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ଭିଭିଆଇପି ଏନକ୍ଲୋଜରରେ ବସିବେ  । ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ ଜାତୀୟସ୍ତର ଢାଂଚାରେ କରିବା ଲାଗି ସରକାର ଏପରି ନିଷ୍ପତି ନେଇଥିବା ଜଣାପଡ଼ିଛି  ।

ସେହିପରି  ସଂସଦୀୟ ବ୍ୟାପାର ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୁବର୍ଣ୍ଣପୁରରେ ପାତାକା   ଉତ୍ତୋଳନ କରିବେ । ଠିକ୍ ସେହିପରି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୁନ୍ଦରଗଡ଼, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବଲପୁର, ମନ୍ତ୍ରୀ ପଦ୍ମନାଭ ବେହେରା କେନ୍ଦୁଝର, ମନ୍ତ୍ରୀ ପ୍ରତାପ  ଜେନା ପୁରୀ , ମନ୍ତ୍ରୀ ଅରୁଣ ସାହୁ ଗଞ୍ଜାମ,  ସୁଦାମ  ମାର୍ଣ୍ଡି ବାଲେଶ୍ୱର ଭଳି ସ୍ଥାନରେ ପାତାକା   ଉତ୍ତୋଳନ କରିବେ ବୋଲି ସରକାରୀସ୍ତରରୁ ବିଜ୍ଞପ୍ତି ଜାରି  କରାଯାଇଛି ।