ଶତ୍ରୁର ଶତ୍ରୁ ମିତ୍ର : ବିଜେପି ପରାଜୟର ବିଜୟ ଉତ୍ସବ ମନାଇବାକୁ କୁମାରସ୍ୱାମୀଙ୍କ ଶପଥରେ ସାମିଲ ହେବେ ଅଖିଳେଶ ଓ ମାୟାବତୀ

ଶତ୍ରୁର ଶତ୍ରୁ ମିତ୍ର : ବିଜେପି ପରାଜୟର ବିଜୟ ଉତ୍ସବ ମନାଇବାକୁ କୁମାରସ୍ୱାମୀଙ୍କ ଶପଥରେ ସାମିଲ ହେବେ ଅଖିଳେଶ ଓ ମାୟାବତୀ

source : www.khabarindia.in

କନକ ବ୍ୟୁରୋ : ଶତ୍ରୁର ଶତ୍ରୁ ମିତ୍ର । ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସମର୍ଥ ହୋଇଥିବା କଂଗ୍ରେସ-ଜେଡିଏସ ମେଂଟର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆସନ୍ତାକାଲି ଶପଥ ନେବାକୁ ଯାଉଥିବାବେଳେ ଏହି ଉତ୍ସବରେ ଯୋଗଦେବେ ଅଖିଳେଶ ଓ ମାୟାବତୀ ।

publive-image

ଉତ୍ତରପ୍ରଦେଶରେ ଦୀର୍ଘ ଦିନଧରି ପରସ୍ପରର ବିରୋଧୀ ଭାବେ ଜଣାଶୁଣା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ସୁପ୍ରିମୋ ମାୟାବତୀ ଏକାଠି ହେବା ଜାତୀୟ ରାଜନୈତିକ ସମୀକରଣରେ ବଦଳୁଥିବା ଚିତ୍ର ଆଡକୁ ସଂକେତ ଦେଉଛି । କାରଣ ଶପଥ ସମାରୋହରେ ଏକାଠି ଗୋଟିଏ ମଂଚରେ ବସିବେ ଅଖିଳେଶ ଓ ମାୟାବତୀ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଣବିଜେପି ଦଳଗୁଡିକ ଏକାଠି ହୋଇ ବିଜେପିର ବିଜୟଧାରାରେ ବ୍ରେକ ଲଗାଇବାକୁ ମିଳିତ ହୋଇ ରଣନୀତି ପ୍ରସ୍ତୁତ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe