କନକ ବ୍ୟୁରୋ : ଶତ୍ରୁର ଶତ୍ରୁ ମିତ୍ର । ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସମର୍ଥ ହୋଇଥିବା କଂଗ୍ରେସ-ଜେଡିଏସ ମେଂଟର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆସନ୍ତାକାଲି ଶପଥ ନେବାକୁ ଯାଉଥିବାବେଳେ ଏହି ଉତ୍ସବରେ ଯୋଗଦେବେ ଅଖିଳେଶ ଓ ମାୟାବତୀ ।
ଉତ୍ତରପ୍ରଦେଶରେ ଦୀର୍ଘ ଦିନଧରି ପରସ୍ପରର ବିରୋଧୀ ଭାବେ ଜଣାଶୁଣା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ସୁପ୍ରିମୋ ମାୟାବତୀ ଏକାଠି ହେବା ଜାତୀୟ ରାଜନୈତିକ ସମୀକରଣରେ ବଦଳୁଥିବା ଚିତ୍ର ଆଡକୁ ସଂକେତ ଦେଉଛି । କାରଣ ଶପଥ ସମାରୋହରେ ଏକାଠି ଗୋଟିଏ ମଂଚରେ ବସିବେ ଅଖିଳେଶ ଓ ମାୟାବତୀ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଣବିଜେପି ଦଳଗୁଡିକ ଏକାଠି ହୋଇ ବିଜେପିର ବିଜୟଧାରାରେ ବ୍ରେକ ଲଗାଇବାକୁ ମିଳିତ ହୋଇ ରଣନୀତି ପ୍ରସ୍ତୁତ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/akhilesh-mayawati.jpg)
/kanak/media/post_attachments/wp-content/uploads/2018/05/maya-akhilesh-300x200.png)