ପ୍ରଧାନମନ୍ତ୍ରୀ ହେଲେ କ’ଣ ରହିବ ରାହୁଲଙ୍କ ପ୍ରଥମ ପଦକ୍ଷେପ? ପ୍ରଶ୍ନର ଉତ୍ତରରେ କଣ କହିଲେ ରାହୁଲ ଜାଣନ୍ତୁ...

Advertisment
ପ୍ରଧାନମନ୍ତ୍ରୀ ହେଲେ କ’ଣ ରହିବ ରାହୁଲଙ୍କ ପ୍ରଥମ ପଦକ୍ଷେପ? ପ୍ରଶ୍ନର ଉତ୍ତରରେ କଣ କହିଲେ ରାହୁଲ ଜାଣନ୍ତୁ...

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେଲେ କେଉଁ କାମକୁ ପ୍ରଥମେ ପ୍ରାଧାନ୍ୟ ଦେବେ, ସେନେଇ ତାଙ୍କ ବନ୍ଧୁଙ୍କ ସହ ଏକ ଡିନର ପାର୍ଟିରେ ପ୍ରାକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ ମହିଳାଙ୍କୁ ସଂରକ୍ଷଣ ଦିଆଯିବ ବୋଲି କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ।
ଗତ ସୁକ୍ରବାର ଦିନ ତାମିଲନାଡୁ କନ୍ୟାକୁମାରୀର ଏକ ସ୍କୁଲରେ ତାଙ୍କ ଅତିଥିଙ୍କ ପାଇଁ ଏକ ଡିନର ପାର୍ଟି ରଖିଥିଲେ । ଅତିଥିଙ୍କ ସହ ଏହି ସାକ୍ଷାତକାରରେ ରାହୁଲ ଗାନ୍ଧୀଙ୍କୁ ଜଣେ ପଚାଲିଥିଲେ ଆପଣ ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କଣ କରିବେ? ରାହୁଲ ଏହାର ଉତ୍ତରରେ କହିଥିଲେ ମୁଁ ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ ମହିଳାଙ୍କୁ ସଂରକ୍ଷଣ ଦେବି । ମହିଲା କିଭଳି ସବୁ କ୍ଷେତ୍ରରେ ଆଗକୁ ବଢିବେ ସେଦିଗରେ କାମ କରିବି । ଏହି ସମୟର ଏକ ଭିଡିଓକୁ ରାହୁଲ ତାଙ୍କ ଟ୍ୱିଟର ପେଜରେ ସେୟାର କରିଛନ୍ତି ।


କେବଳ ଏତିକି ନୁହେଁ ଏହି ସାକ୍ଷାତକାରରେ ରାହୁଲଙ୍କୁ ଅନ୍ୟ ଜଣେ ପଚାରିଥିଲେ, ଆପଣ ଆପଣଙ୍କୁ ପିଲାଙ୍କୁ କଣ ଶିକ୍ଷା ଦେବେ? ରାହୁଲ ଉତର ରଖି କହିଥିଲେ, ମୁଁ ମୋ ପିଲାଙ୍କୁ ଗୋଟିଏ ଜିନିଷ ସିଖାଇବି ତାହା ହେଉଛି ନମ୍ରତା... କାହିଁକିନା ବିନମ୍ର ଭାବ ହିଁ ମଣିଷକୁ ବୁଝିବାର ଶକ୍ତି ଦେଇଥାଏ । ଗତ ଦୀପାବଳିରେ ଅତିଥିଙ୍କ ସହ କେବଳ ରାହୁଲ ନୁହଁନ୍ତି କଂଗ୍ରେସର ମହା ସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ଛୋଲେ ବଟୋରେ ଡିନର କରିବା ସହ ଗୀତ ଗାଇ ସେଲିବ୍ରେଟ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe