କନକ ବ୍ୟୁରୋ : ନଟିଂହାମର ଟ୍ରେଣ୍ଟବ୍ରିଜଠାରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଂଚକର ସ୍ଥିତିରେ ପହଂଚିଛି । ପ୍ରଥମ ଇନିଙ୍ଗସରେ ଭାରତ ୯୫ ରନରେ ଆଗୁଆ ରହିଛି । ଇଂଲଣ୍ଡର ପ୍ରଥମ ଇନିଙ୍ଗସ୍ ସ୍କୋର ୧୮୩ ରନ୍ ଜବାବରେ ଭାରତ ପ୍ରଥମ ଇନିଙ୍ଗସ୍ ୨୭୮ ରନ୍ କରି ଅଲଆଉଟ୍ ହୋଇଯାଇଛି ।

Advertisment

ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୮୪ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୫୪ ରନ୍ କରିଥିଲେ । ରୋହିତ ଶର୍ମା ୩୬ ଓ ବୁମରା ୨୬ ରନ୍ କରିଥିଲେ । ବର୍ଷା ଯୋଗୁଁ ତୃତୀୟ ଦିନ ଖେଳ ବାଧାପ୍ରାପ୍ତ ହୋଇଥିଲା । ଖେଳ ବନ୍ଦ ବେଳକୁ ଇଂଲଣ୍ଡ ଦ୍ୱିତୀୟ ଇନିଙ୍ଗସରେ କୌଣସି ଉଇକେଟ ନହରାଇ ୨୫ ରନ୍ କରିଛି । ବର୍ଷା ବେଳକୁ ଇଂଲଣ୍ଡ କିନ୍ତୁ ବିନା କ୍ଷତିରେ ୨୫ ରନ୍‌ ସଂଗ୍ରହ କରି ନେଇଥିବାରୁ ଘରୋଇ ଦଳ ଏବେ ଆଉ ୭୦ ରନ୍‌ ପଛ‌ରେ ରହିଛି ।