କନକ ବ୍ୟୁରୋ : ଏସସିବିରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ । ଏହି ରୋଗୀ ଜଣକର ଘର ଢେଙ୍କାନାଳ ଅଂଚଳରେ ବୋଲି ଜଣାପଡିଛି । ସ୍ୱାଇନ ଫ୍ଲୁ ସନ୍ଦେହରେ ୩ ଜଣ ଏସସିବିର ସ୍ପେଶାଲ ୱାର୍ଡରେ ଭର୍ତି ହୋଇଥିଲେ । ସେମାନଙ୍କର ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା ପରେ ଜଣଙ୍କ ଠାରେ ସ୍ୱାଇନ ଫ୍ଲୁ ପଜିଟିଭ୍ ଆସିଛି ।
ଏସସିବିରେ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହେବା ଡାକ୍ତରଖାନା ପରିସରରେ ଆତଙ୍କ ଖେଳାଇ ଦେଇଛି । କାରଣ ଗତବର୍ଷ ଏସସିବିରେ ସ୍ୱାଇନ ଫ୍ଲୁ ରୋଗୀଙ୍କୁ ଚିକିତ୍ସା ବେଳେ କିଛି ଡାକ୍ତରୀ ଛାତ୍ର ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିଲେ । ଏହି କାରଣରୁ ଏବେ ଏସସିବିରେ ଆତଙ୍କ ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/FLU.jpg)