କନକ ବ୍ୟୁରୋ: ଉତ୍ତରପ୍ରଦେଶ ଗାଜିଆବାଦରେ ସଂଦିଗ୍ଧ ମଙ୍କିପକ୍ସ ମାମଲା ଚିହ୍ନଟ । ଜଣେ ୫ ବର୍ଷୀୟା ଶିଶୁ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଶିଶୁର ନମୁନା ଟେଷ୍ଟିଂ ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ସକୁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । ଗାଜିଆବାଦ ଜିଲ୍ଲା ସର୍ଭେଲାନ୍ସ ଅଫିସର ଡାକ୍ତର ରାକେଶ ଗୁପ୍ତାଙ୍କ ସୂଚନା ଅନୁସାରେ ଶିଶୁ ନିକଟରେ ମଙ୍କିପକ୍ସର କୌଣସି ଲକ୍ଷଣ ନାହିଁ । ଶିଶୁର ପ୍ରାଥମିକ ଚିକିତ୍ସା କରାଯାଉଛି । ଜ୍ୱର, ମୁଣ୍ଡ ବିନ୍ଧା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଭଳି କୌଣସି ସମସ୍ୟା ନାହିଁ ।
ତେବେ ଶିଶୁର ପରିବାର ସଦସ୍ୟ ମଧ୍ୟ ନିକଟରେ ବାହାରକୁ ଯାଇନାହାନ୍ତି କି ବିଦେଶରୁ କେହି ଆସିନାହାନ୍ତି । ଶିଶୁଟିର କାନରେ କୌଣସି ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପ୍ରଥମେ ଶିଶୁଟିର ମୁଣ୍ଡରେ ଏକ ଦାଗ ହୋଇଥିଲା । ପରେ ଏହା ସାରା ଶରୀରକୁ ବ୍ୟାପି ଯାଇଥିଲା । ଚିକିତ୍ସା ସମୟରେ ସଂକ୍ରମଣ ହୋଇଥିବା ଜାଣି ଅନ୍ୟ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇଥିଲା । ଶିଶୁ, ତାର ବାପା, ମାଆ ଓ ଭାଇ ହସ୍ପିଟାଲରେ ଆଇସୋଲେସନରେ ରହିଛନ୍ତି ।
Follow Us