ସମୁଦ୍ରରେ ବଢ଼ିଲା ଭାରତର ଶକ୍ତି : ନୌସେନାରେ ସାମିଲ ହେଲା ଆଇଏନଏସ ବିଶାଖାପାଟନମ୍

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୁମ୍ବାଇରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

135

କନକ ବ୍ୟୁରୋ : ବଢିଲା ଭାରତୀୟ ନୌସେନାର ଶକ୍ତି । ଭାରତୀୟ ନୌସେନାରେ ସାମିିଲ ହେଲା ଆଇଏନଏସ ବିଶାଖାପାଟଣା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମୁମ୍ବାଇ ଡାକ୍ୟାର୍ଡରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏନଏସ ବିଶାଖାପାଟଣାକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଆଇଏନଏସ ବିଶାଖପାଟଣାରେ ରହିଛି ଗାଇଡେଡ ମିସାଇଲ ।

ଯାହାକୁ ଗୁପ୍ତ ଭାବେ ଶତ୍ରୁ ଉପରକୁ ଆକ୍ରମଣ କରିପାରେ । ସ୍ୱଦେଶୀ କୌଶଳରେ ନିର୍ମିତ ଆଇଏନଏସ ବିଶାଖପାଟଣା ଅକ୍ଟୋବର ୨୫ରେ ସେନାକୁ ହସ୍ତାନ୍ତର କରାଯାଇଥିଲା । ଏହାର ପୂରା ନାଁ ହେଉଛି ଗାଇଡେଡ ମିଶାଇଲ ଡେଷ୍ଟ୍ରୋଅୟର ପିବି-୧୫ ବିଶାଖପାଟଣା । ଏହି ଯୁଦ୍ଧପୋତର ଲମ୍ବା ୧୬୩ ମିଟର ଓ ଚଉଡା ୧୭ ମିଟର ଓ ଏହା ଓଜନ ୭୪ ହଜାର ଟନ ରହିଛି । ପ୍ରତି ଘଂଟାରେ ଏହା ୫୫. ୬୬ କିଲୋମିଟ ଦ୍ରୁତି ଗତିରେ ଗତି କରିପାରେ । ଏଥିରେ ଭିନ୍ନ ଭିନ୍ନ ଟରବାଇନ ଇଂଜିନ ରହିଛି ।