କନକ ବ୍ୟୁରୋ : ସରିଲା ବର୍ଷର ସୂର୍ଯ୍ୟପରାଗ । ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ସୂର୍ଯ୍ୟପରାଗ ଦେଖାଦେଇଛି । ୫୪ ବର୍ଷ ପରେ ଆକାଶରେ ଦେଖାଦେଇଛି ଏଭଳି ଦୁର୍ଲଭ ସୂର୍ଯ୍ୟପରାଗ । ୫୪ ବର୍ଷ ପୂର୍ବେ ଏଭଳି ସୂର୍ଯ୍ୟପରାଗ ଦେଖାଦେଇଥିଲା । ତେବେ ଭାରତରେ ଏହାର ପ୍ରଭାବ ପଡ଼ିନାହିଁ । କେବଳ ଉତର ଆମେରିକାରେ ଏହା ଦୃଶ୍ୟମାନ ହୋଇଥିଲା ।
ଭାରତୀୟ ସମୟାନୁସାରେ, ଏହା ରାତି ୯ଟା ୧୨ରୁ ଆରମ୍ଭ ହୋଇଥିଲା ଏବଂ ରାତି ୨ଟା ୨୨ ଯାଏଁ ସୂର୍ଯ୍ୟପରାଗ ଶେଷ ହୋଇଥିଲା । କିଛି ପ୍ରମୁଖ ସ୍ଥାନରେ କିଛି ସମୟ ପାଇଁ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି ।