କନକ ବ୍ୟୁରୋ: ପ୍ରଥମ କରି ଉଡିଲା ତେଜସ ଟ୍ରେନର ବିମାନ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ  ତେଜସର ତାଲିମ୍ ବିମାନ ସଫଳ ଉଡାଣ ଭରିଛି । ବୁଧବାର ତେଜସ୍ ବିମାନ ଏହାର ପ୍ରଥମ ଉଡାଣ ଭରିଛି । ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡର ଏୟାରପୋର୍ଟରେ ଉଡାଣ ଭରି ଆକାଶରେ ୩୫ ମିନିଟ୍ ଧରି ଉଡିଛି ତେଜସ୍ ଟ୍ରେନର । ବର୍ତମାନ ଏହି ବିମାନ କେବଳ ଯୁଦ୍ଧବିମାନ ତାଲିମ ପାଇଁ ନିୟୋଜିତ ହେବ । ମାତ୍ର ଆବଶ୍ୟକ ପଡିଲେ ଲଢେଇରେ ବି ସାମିଲ ହୋଇପାରିବ ତେଜସ ଟ୍ରେନର । ଭାରତୀୟ ଜ୍ଞାନ କୌଶଳରେ ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଏଲସିଏ ତେଜସ୍ । ଆଗାମୀ ଦିନରେ ତାଲିମ୍ ପାଇଁ ଆଉ ଅନ୍ୟ ବିମାନ ତିଆରି କରାଯିବ ବୋଲି ହାଲ ପକ୍ଷରୁ କୁହାଯାଇଛି । ଏହି ଟ୍ରେନର ବିମାନ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲା ଭାରତ । ତେବେ ଗତବର୍ଷ ପ୍ରଥମ କରି ଯୁଦ୍ଧ ବିମାନର ତାଲିମ୍ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲା ହାଲ । ଆଉ ଏବେ ଏହି ବିମାନ ସଫଳତାର ସହ ଆକାଶରେ ଉଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଏହି ହାଲକୁ ଶୁଭେଚ୍ଛା ଜଣାଇଛନ୍ତି ।

Advertisment

ଆକାଶରେ ଉଡ଼ିଲା ‘ତେଜସ୍’

  • ଭାରତୀୟ ବାୟୁସେନା ୧୨୩ଟି ତେଜସ ଫାଇଟର ଜେଟ୍ ମାଗିଥିଲେ
  • ଏଥିରୁ ୨୬ଟି ବିମାନ ବାୟୁସେନାକୁ ହସ୍ତାନ୍ତର କରିଛି ହାଲ
  • ଏ ସମସ୍ତ ବିମାନ ତେଜସ ମାର୍କ-୧
  • ଏଭଳି ୧୩ଟି ବିମାନ ବାୟୁସେନାକୁ ଦିଆଯିବ
  • ବାୟୁସେନାରେ ତାଲିମ୍ ପାଇଁ ନିୟୋଜିତ ହେଲ ତେଜସ ବିମାନ

କେତେ ଶକ୍ତିଶାଳୀ ‘ତେଜସ’ ବିମାନ?

  • ଲୋ କମ୍ବାଟ ଏୟାରକ୍ରାଫ୍ଟ ତେଜସର ଉଡିବାର କ୍ଷମତା ୫୦୦ କି.ମି.
  • ଅସ୍ତ୍ର ନେଇ ଶତ୍ରୁ ଅଞ୍ଚଳରେ ଆକ୍ରମଣ କରି ଫେରି ପାରିବ ତେଜସ
  • ତେଜସର ଆକାର ଛୋଟ ହୋଇଥିବାରୁ ଶତ୍ରୁ ରାଡାରରେ ଆସିବା ଅସମ୍ଭବ
  • ଏସସିଏ ତେଜସର ଲମ୍ବ ୪୩.୪ ଫୁଟ୍, ଉଚ୍ଚତା ୧୪.୬ ଫୁଟ୍, ଡେଣାର ଚଉଡା ୨୬.୧୧ ଫୁଟ
  • ତେଜସର ଇନ୍ଧନ କ୍ଷମତା ୨୪୫୮ ଲିଟର
  • ଘଣ୍ଟାପ୍ରତି ସର୍ବାଧିକ ୧୯୮୦ କିଲୋମିଟର ବେଗରେ ଉଡିବା କ୍ଷମତା
  • ଶବ୍ଦର ଗତିରୁ ଦେଢଗୁଣା ଅଧିକ ବେଗରେ ଉଡିପାରିବ ତେଜସ୍
  • ଆକାଶରେ ୫୩ ହଜାର କିଲୋମିଟର ଉଚ୍ଚରେ ଉଡିପାରିବ ତେଜସ୍
  • ଏଲସିଏ ତେଜସର କକପିଟ୍ କାଚର
  • କାଚର କକପିଟ୍ ପାଇଁ ପାଇଲଟ୍ ଚାରିପଟକୁ ଦେଖିପାରିବେ
  • ୮ଟି ଭିନ୍ନ ଭିନ୍ନ ଅସ୍ତ୍ର ନେବାକୁ ସକ୍ଷମ ତେଜସ୍