ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା : ସାମିଲ ହେଲେ ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଏବଂ ସେଲିବ୍ରିଟି

Advertisment
ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା : ସାମିଲ ହେଲେ ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଏବଂ ସେଲିବ୍ରିଟି

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ ଚଢ଼ା- ପରିଣୀତି ଚୋପ୍ରା । ରାଜସ୍ଥାନ ଉଦୟପୁରରେ ସରିଲା ବିବାହ । ପଞ୍ଜାବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମେତ ବହୁ ରାଜନେତା ଏବଂ ସେଲିବ୍ରିଟି ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଆପ୍‌ର ରାଜ୍ୟସଭା ସାଂସଦ ସଂଜୟ ସିଂହ, ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ଭାଗ୍ୟଶ୍ରୀ ପ୍ରମୁଖ ପ୍ରମୁଖ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି । ତେବେ ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ବାହାଘରରେ ଯୋଗ ଦେଇପାରି ନାହାନ୍ତି । ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରାଙ୍କୁ କିନ୍ତୁ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଡିଜାଇନର ମନିଷ ମାଲହୋତ୍ରାଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପରିଣୀତି ପିନ୍ଧିଥିଲେ। ରାଘବ ଇଣ୍ଡୋ-ୱେଷ୍ଟର୍ଣ୍ଣ ଏଥ୍‌ନିକ ପୋଷାକ ପିନ୍ଧିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe