ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନ ପାଇଁ ପଡିଲା ପ୍ରଥମ ପର୍ଯ୍ୟାୟ ଭୋଟ । ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୯ ପ୍ରତିଶତ ମତଦାନ । ଆସାମରେ ୭୨ ପ୍ରତିଶତ ମତଦାନ ରେକର୍ଡ ।

Advertisment
ରାତି ପାହିଲେ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସୁରକ୍ଷା ବ୍ୟବସ୍ଥା କଡାକଡି

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ପଶ୍ଚିମବଙ୍ଗର ମୋଟ୍ ୨୯୪ ବିଧାନସଭା ଆସନ ଲାଗି ୮ଟି ପର୍ଯ୍ୟାୟରେ ମତଦାନ ହେଉଛି । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଆସନ ଲାଗି ମତଦାନ ହୋଇଛି । ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୭.୯୯ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ସୂଚନା ମିଳିଛି । ସେହିପରି ଆସାମରେ ୭୧.୬୨ ପ୍ରତିଶତ ଭୋଟ ପଡ଼ିଛି । ଆସାମରେ ୩ଟି ପର୍ଯ୍ୟାୟରେ ମତଦାନ ହେଉଛି । ଆସାମ ବିଧାନସଭାର ମୋଟ୍ ୧୨୬ ଆସନରୁ ଆଜି ପ୍ରଥମ ପର୍ଯ୍ୟାୟରେ ୪୭ଟି ଆସନ ଲାଗି ମତଦାନ ହୋଇଛି । ବିହାର ବିଧାନସଭା ନିର୍ବାଚନ ପରେ କରୋନା କାଳରେ ଏହା ଦ୍ୱିତୀୟ ନିର୍ବାଚନ । କରୋନାର ସଂକ୍ରମଣ ପୁଣି ଦେଶରେ ବଢି ଚାଲିଥିବାରୁ, କଡା କଟକଣା ଭିତରେ ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe