କନକ ବ୍ୟୁରୋ: ଆଜି ସମବାୟ ସମିତି ଗୁଡିକରେ ପରିଚାଳନା ପରିଷଦ ଗଠନ ନିମନ୍ତେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟର ସମବାୟ ସମିତିଗୁଡିକରେ ପରିଚାଳନା ପରିଷଦ ଗଠନ ପାଇଁ ଜୁନ ୧୯ ଓ ଜୁନ ୨୬ ତାରିଖ ଧାର୍ଯ୍ୟ ହୋଇଛି । ଆଜି ନିର୍ବାଚନ ହେବାକୁ ଥିବା ୩୨୫୨ ପ୍ରାଥମିକ ସମବାୟ ସମିତିରୁ ୨୫୨୧ ସମିତିରେ ପରିଷଦ ସଦସ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ତେଣୁ ଆଜି କେବଳ ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ ।

Advertisment

ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର, ପୁଲିସ ଅଫିସର, ନିୟୋଜିତ ହୋଇଛନ୍ତି । ଆଜି ନିର୍ବାଚନ ହେବାକୁ ଥିବା ୭୩୧ ସମବାୟ ସମିତି ମଧ୍ୟରୁ ୨୪୪ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ସମ୍ବେଦନଶୀଳ ବୁଥ ଗୁଡିକରେ ସିସିଟିଭିର ବ୍ୟବସ୍ଥା ସହ ସଶସ୍ତ୍ର ପୋଲିସ ମୂତୟନ ହେବେ । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଆଇନ ଶୃଙ୍ଖଳା ତଦାରଖ କରିବା ସହ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମୋଟ ୪ଲକ୍ଷ ୫୩ ହଜାର ୬୧୦ ଜଣ ଭୋଟର ନିଜର ମତଦାନ କରିବେ । ଭୋଟ ଗ୍ରହଣ ପରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।