ପଂଚାୟତ ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ

Advertisment
ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ୨୯ ଜିଲ୍ଲାର ୧୭୧ ଜିଲ୍ଲା ପରିଷଧ ଆସନରେ ପଡିବ ଭୋଟ, ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପ୍ରଶାସନ ।

କନକ ବ୍ୟୁରୋ : ଆଜି ପଂଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ । ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଂଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି , ଯେଉଁଥିରେ ପ୍ରାୟ ୬୮ ଲକ୍ଷ ଲୋକ ଭୋଟ ଦେବେ । ୨ଶହ ଜିଲ୍ଲାପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ଗୋଟାଏ ଯାଏଁ ଚାଲିବ ।

ଏହି ନିର୍ବାଚନରେ ଅନେକ ବଡ ବଡ ନେତାଙ୍କ ଭାଗ୍ୟପରୀକ୍ଷା ହେବାକୁ ଯାଉଛି । ତାଙ୍କ ଦାୟିତ୍ୱରେ ଥିବା ଅଂଚଳରେ କେତେ ପ୍ରାର୍ଥୀଙ୍କୁ ଜିତାଇପାରୁଛନ୍ତି ସେହି ଅନୁସାରେ ତାଙ୍କର ପତିଆରା ସାବ୍ୟସ୍ତ ହେବ । ସେଥିପାଇଁ ନେତା ବି ପୁରା ଜୋର ଲଗାଇଛନ୍ତି ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ । ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ । ଫେବ୍ରୁଆରୀ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ ତାରିଖରେ ପଂଚମ ପର୍ଯ୍ୟାୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରେ ଭୋଟ୍ ଗଣତି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe