ଖୋଲିଲା ଇଭିଏମ, ଚାଲିଲା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ କିଏ କେଉଁଠି ଆଗରେ? ଦେଖନ୍ତୁ ପ୍ରାରମ୍ଭିକ ଟ୍ରେଣ୍ଡର ତାଜା ଝଲକ ।

212

କନକ ବ୍ୟୁରୋ : ଇଭିଏମ ଖୋଲିଛି, ଭୋଟ ଗଣତି ଆରମ୍ଭ ହୋଇଛି । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆରମ୍ଭ ହେଲା ମତଗଣନା । କିଏ କେଉଁଠି ବିଜୟ ହାସଲ କରିବ ତାହାକୁ ପୂରା ଦେଶବାସୀ ଅପେକ୍ଷା କରି ରହିଥିବା ବେଳେ ଫୋକସରେ ରହିଛି ପଶ୍ଚିମବଙ୍ଗ । ଟିଏମସି ନା ବିଜେପି, ପଶ୍ଚିମବଙ୍ଗରେ କିଏ ବାଜିମାତ୍ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବାକୁ ବିଜେପି ଜୋର ଲଗାଇ ଦେଇଥିବା ବେଳେ ମମତା ହ୍ୟାଟ୍ରିକ ବିଜୟ ପାଇଁ ବଳ କଷିଛନ୍ତି । ଏପରିକି ଚଳିତ ନିର୍ବାଚନରେ ଉଭୟ ଦଳ ମଧ୍ୟରେ ଅନେକ ଥର ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି । ତେଣୁ ଏହି ଆସନ ଉପରେ ସମସ୍ତଙ୍କର ନଜର ରହିଛି ।

ପ୍ରାରମ୍ଭିକ ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଯାହା ଦର୍ଶାଉଛି ଏହି ଲମ୍ବା ରେସ ବେଶ ରୋମାଞ୍ଚକର ହେବ । ସେହିଭଳି ଆସାମରେ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ସତ୍ତା ପାଇଁ ଲଢେଇ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ଅନ୍ୟପଟେ ଦକ୍ଷିଣ ରାଜନୀତିର ଦୁର୍ଗ କୁହାଯାଉଥିବା ତାମିଲନାଡୁରେ ପ୍ରାରମ୍ଭିକ ଟ୍ରେଣ୍ଡରେ ଡିଏମକେ ଆଗୁଆ ରହିଛି । ସରକାରରେ ଥିବା ଏଆଇଏଡିଏମକେକୁ ବଡ ଝଟକା ଦେଇଛି ଡିଏମକେ ।

ସେହିଭଳି କେରଳରେ ବାମ ଦଳ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିଛି । ପୁଣିଥରେ ବିଜୟନ ମହାବିଜୟ ଆଡକୁ ପାଦ ବଢାଉଛନ୍ତି । ଅନ୍ୟପଟେ ପୁଡୁଚେରୀରେ ପଦ୍ମ ଫୁଟିବା ନେଇ ଆଶା ବଢୁଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୪ ଆସନରେ ଆଗୁଆ ରହିଛି । ଯାହା ଦର୍ଶାଉଛି ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏଗଜିଟ୍ ପୋଲର ଆକଳନ ଅନୁଯାୟୀ ପ୍ରାଥମିକ ଟ୍ରେଣ୍ଡର ଫଳାଫଳ ଆସୁଛି ।