ଅକ୍ସିଜେନ ଅଭାବ ଭିତରେ ବଡ ଆଶ୍ୱସ୍ତି : ବିଶାଖାପଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଲା ଅକ୍ସିଜେନ ଏକ୍ସପ୍ରେସ

୭ଟି ଟ୍ୟାଙ୍କରରେ ରହିଛି ୧୫ଟନ ଲେଖାଏଁ ତରଳ ମେଡିକାଲ ଅମ୍ଳଜାନ; ଏପଟେ ଅନୁଗୁଳରୁ ୨୦ ଟନ ଅକ୍ସିଜେନ ଟ୍ୟାଙ୍କରକୁ ପୁଲିସ କଡା ସୁରକ୍ଷା ବଳୟରେ ଗଲା ଭାଇଜାଗ୍

264

କନକ ବ୍ୟୁରୋ : ଅକ୍ସିଜେନ ଅଭାବ ଭିତରେ ବିଶାଖପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ । ଏହି ଅକ୍ସିଜେନ ଏକ୍ସପ୍ରେସରେ ୭ଟି ଟ୍ୟାଙ୍କରରେ ଅକ୍ସିଜେନ ପଠାଯାଇଛି । ପ୍ରତି ଟ୍ୟାଙ୍କରରେ ରହିଛି ୧୫ ଟନ ଲେଖାଏଁ ତରଳ ମେଡିକାଲ ଅକ୍ସିଜେନ ।

ଗତକାଲି ସନ୍ଧ୍ୟାରେ ବିଶାଖପାଟନମର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି । ଏହା ପଶ୍ଟିମ ଭାରତର ବିଭିନ୍ନ ଅଂଚଳର ଡାକ୍ତରଖାନା ଓ କରୋନା ରୋଗୀଙ୍କ ପାଇଁ ସହାୟକ ହେବ । ମହାରାଷ୍ଟ୍ର କାମ୍ବୋଲି ଗୁଡସ-ସେଡରୁ ୭ଟି ଖାଲି ଟ୍ୟାଙ୍କର ଗତକାଲି ସକାଳେ ବିଶାଖପାଟନମ ପହଂଚିଥିଲା । ଏହାପରେ ସେହି ଖାଲି ଟ୍ୟାଙ୍କରରେ ଏକ୍ସିଜେନ ଭର୍ତି କରାଯିବା ପରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି ।

ପୂର୍ବତଟ ରେଳପଥ ୱାଲଟିୟର ରେଳମଣ୍ଡଳ ଏବଂ ରାଷ୍ଟ୍ରୀୟ ଇସ୍ପାତ ନଗର ନିଗମ ଲିମିଟେଡ ଅଧିକାରୀଙ୍କ ମିଳିତ ପ୍ରୟାସରେ ଏହି ପ୍ରକଳ୍ପ ସଫଳ ହୋଇଛି । କୋଭିଡ ମହାମାରୀ ସମୟର ବର୍ତମାନର ପରିସ୍ଥିତିରେ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କୋଭିଡ ବିରୋଧୀ ଲଢେଇରେ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଅମ୍ଲଜାନ ଏକ୍ସପ୍ରେସ ଚଳାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି । ଗତବର୍ଷ ମଧ୍ୟ ପ୍ରବାସୀ ଘରକୁ ଫେରିବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ପେଶାଲ ଟ୍ରେନ ଚଳାଚଳ କରିଥିଲା ।