କନକ ବ୍ୟୁରୋ : ଗୌହାଟୀରେ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଦୀର୍ଘ ଦିନ ପରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶକୁ କମବ୍ୟାକ୍ କରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ସେହିଭଳି କିଛି ଦିନର ଆରାମ ପରେ ପୁଣିଥରେ ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ କେ.ଏଲ ରାହୁଲ ।

Advertisment

ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ହାତେଇଥିଲା ଟିମ୍ ଇଣ୍ଡିଆ । ଭାରତ ପ୍ରଥମ ଓ ଶେଷ ଟି-୨୦ ମ୍ୟାଚ୍ ଜିତିଥିଲା । ଶେଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ବିପକ୍ଷରେ ବଡ ବିଜୟ ହାସଲ କରିଥିଲା ଭାରତ । ତେବେ ଦିନିକିଆ ସିରିଜରେ ସୂର୍ଯ୍ୟକୁମାରଙ୍କୁ ବିଶ୍ରାମ ଦିଆଯାଇଛି । ସେହିଭଳି ଦୀର୍ଘଦିନ ପରେ ଚୂଡାନ୍ତ ଏକାଦଶକୁ କମବ୍ୟାକ କରିଛନ୍ତି ୟୁଜବେନ୍ଦ୍ର ଚହଲ । ଅକ୍ଷର ପଟେଲ ଓ ଚହଲଙ୍କୁ ନେଇ ମୈଦାନକୁ ଓହ୍ଳାଇଛି ଭାରତ ।