କନକ ବ୍ୟୁରୋ : ଶ୍ରାବଣ ମାସର ପ୍ରଥମ ସୋମବାର। ଆରଡିର ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ୨୦ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଭିଡ ହୋଇଛି। ରବିବାର ମଧ୍ୟରାତ୍ରିରୁ କାଉଡିଆମାନେ ମଣିବାବାଙ୍କ ଉପରେ ଜଳଲାଗି କରୁଛନ୍ତି। ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ପୀଠ। ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉଭୟ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ସେହିପରି ଜଳପଥରେ ଆସୁଥିବା କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି।
ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ବଡି ଭରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ସମାଗମ ହୋଇଛି । ଦେବ ଦେବ ମହାଦେବଙ୍କ ପାଖରେ ଜଳାଭିଷେକ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପୂର୍ବ ଭାରତର ପ୍ରଶିଦ୍ଧ ଭୋଗରାଇର ବାବା ଚନ୍ଦନେଶ୍ୱର ଶୈବାପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି । ବାବାଙ୍କୁ ଦର୍ଶନ କରିଵା ପାଇଁ ଅନୁଗୁଳରୁ ପାଖାପାଖି ୨୦ ଜଣ କାଉଡ଼ିଆ ପାଣି ଢ଼ାଳିବା ପାଇଁ ଚନ୍ଦନେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ।