କନକ ବ୍ୟୁରୋ: ପ୍ରଥମେ ପ୍ରେମ, ତାପରେ ବିବାହ ଆଉ ଏବେ ପ୍ରତାରଣା । ପ୍ରତାରିତ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବତୀ । ଏହି ଅଭିଯୋଗ ଆସିଛି କଟକ ସାଲେପୁର ରିଶୋ ଗାଁରୁ । ଏହି ଗାଁର ଜଣେ ଯୁବତୀ ସରପଡା ଗାଁର ଜଣେ ଯୁବକ ଜ୍ଞାନରଞ୍ଜନ ପୃଷ୍ଟିଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରିଆସୁଥିଲେ । ଏପରିକି ଉଭୟ କୋର୍ଟରେ ବିବାହ କରିବା ସହ ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହିଆସୁଥିଲେ । ହେଲେ ଏବେ ଜ୍ଞାନ ଯୁବତୀ ଜଣଙ୍କୁ ଠକିଚାଲିଥିବା ବେଳେ ତାଙ୍କୁ ଛାଡପତ୍ର ପାଇଁ ବାଧ୍ୟ କରୁଛନ୍ତି । ଜ୍ଞାନଙ୍କ ପରିବାର କୌଣସି ମତେ ତାଙ୍କୁ ଗ୍ରହଣ କରିବାକୁ ନାରାଜ ଅଛନ୍ତି । ଯହା ପାଇଁ ସେ ଯୁବତୀଙ୍କୁ ଅଲଗା ହେବାକୁ ଧମକ ଦେଇ ଚାଲିଛନ୍ତି । ଏନେଇ ଯୁବତୀ ଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ସେପଟେ ଘଟଣାର ୩ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ନ୍ୟାୟ ଦାବିରେ ବସିଛନ୍ତି ଯୁବତୀ ।
ପ୍ରଥମେ ପ୍ରେମ, ତାପରେ ବିବାହ ଆଉ ଏବେ ପ୍ରତାରଣା। ପ୍ରତାରିତ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବତୀ।
/kanak/media/post_attachments/wp-content/uploads/2022/11/19-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)