ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ବଡ ପରଦାରେ ନଜର ଆସୁଛନ୍ତି ଶ୍ରୀଦେବୀ । ଆଗାମୀ ସିନେମା ‘ମମ୍’ର ଜରିଆରେ କମ୍ ବ୍ୟାକ୍ କରିବା ସହ ନୂଆ ଇନିଙ୍ଗସ୍ ଆରମ୍ଭ କରିଛନ୍ତି ବିଗତ ଦିନର ଏହି ହିଟ୍ ନାୟିକା । ଆଉ ଏହାର ଫାଷ୍ଟ ଲୁକ୍ ଟ୍ୱିଟରରେ ଶେୟାର୍ କରିଛନ୍ତି ନିଜେ ହୱା ହୱାଇ ଗର୍ଲ ।
ବୋନି କପୁରଙ୍କ ପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ରବି ଉଦ୍ୟୱାର୍ । ତେବେ ‘ମମ୍’ ପୂର୍ବରୁ ଶ୍ରୀଦେବୀ ୨୦୧୨ ରେ ଆସିଥିବା ସିନେମା ‘ଇଙ୍ଗଲିସ୍ ଭିଙ୍ଗଲିସ୍’ରେ ଲିଡ୍ ରୋଲରେ ନଜର ଆସିଥିଲେ । ସିନେମାଟି ହିଟ୍ ହେବା ସହ ଅନେକ ଚର୍ଚ୍ଚା ଓ ଅୱାର୍ଡ ମଧ୍ୟ ନିଜ ନାଁରେ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/mom-story_647_031417094914.jpg)