କନକ ବ୍ୟୁରୋ: ନିର୍ବାଚନ ନେଇ ରାଜ୍ୟ କଂଗ୍ରେସର ଜୋରଦାର କସରତ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଦଳ ପକ୍ଷରୁ ଘୋଷଣା ହୋଇପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏନେଇ ନୂଆଦିଲ୍ଲୀରେ ସ୍କ୍ରିନି କମିଟି ବୈଠକ ବସିବାକୁ ଯାଉଥିବା ବେଳେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବେ ଦଳୀୟ ହାଇକମାଣ୍ଡ । ବୈଠକରେ ଯୋଗ ଦେବାକୁ ସର୍ଟ ଲିଷ୍ଟ ଧରି ଦିଲ୍ଲୀରେ ପହଞ୍ଚିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରଦେଶ ନିର୍ବାଚନ କମିଟି ବୈଠକରେ ନିଷ୍ପତ୍ତିି ହୋଇଥିବା ପ୍ରାର୍ଥୀ ତାଲିକା ଉପରେ ସ୍କ୍ରିନିଂ କମିଟି ବୈଠକରେ ଆଲୋଚନା ହେବ । ମାର୍ଚ୍ଚ ପ୍ରଥମ ସପ୍ତାହରେ ୭୦ଟି ବିଧାନସଭା ଆସନ ସହିତ ୧୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି ଦଳ ।