ଭୁବନେଶ୍ୱରର ଇସ୍କନ ମନ୍ଦିରରେ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ।

156

କନକ ବ୍ୟୁରୋ: ଭୁବନେଶ୍ୱର ଇସ୍କନ ମନ୍ଦିରରେ ଦର୍ଶନ କରିଛନ୍ତି ରାଷ୍ଟ୍ରପତିଙ୍କ ପତ୍ନୀ । ଆଜି ଦିନ ୧୦ଟା ୧୦ରେ ଇସ୍କନ ମନ୍ଦିରରେ ପହଂଚିଥିଲେ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ । ପ୍ରାୟ ୪୫ ମିନିଟ ଧରି ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ । ଏଥିପାଇଁ କିଛି ସମୟ ଲାଗି ସାଧାରଣ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଥିଲା । କୋଭିଡ ପାଇଁ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଥିଲା । କଡା ସୁରକ୍ଷା ଭିତରେ ରାଷ୍ଟ୍ରପତିଙ୍କ ପତ୍ନୀ ମନ୍ଦିରରେ ଦର୍ଶନ ସାରି ପୁଣି ରାଜଭବନ ଫେରି ଯାଇଥିଲେ ।