କନକ ବ୍ୟୁରୋ: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା କମିଶନରେଟ୍ ପୋଲିସ୍ । ବିସ୍ଫୋରଣ ଘଟଣା ନେଇ ଅପରାଧିକ ମାମଲା ରୁଜୁ କରାଯାଇଛି । ଦିନ ଗୋଟାଏ ୧୨ ମିନିଟରେ ଘଟଣା ଘଟିଥିବା କହିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ତେବେ ଘଟଣା ସ୍ଥଳରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଟାଙ୍କିଥିଲା ବୋଲି ସିପି କହିଛନ୍ତି ।
ଅନ୍ୟପଟେ ଏନେ ଭୟଙ୍କର ବିସ୍ଫୋରଣ ଘଟଣା କେମିତି ହେଲା, ଅଗ୍ନିନିରାପତ୍ତା ନେଇ ଆଇଓସିଏଲ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ବାକିଥିବା ଗ୍ୟାସକୁ ପମ୍ପ କରି ଏଠୁ ନେବା ପାଇ ପେଟ୍ରୋଲ ପମ୍ପ କର୍ତ୍ତୁପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଗ୍ୟାସ୍ ପମ୍ପ କରି କାଢ଼ିବା ପାଇଁ ଗାଡ଼ି ବାଲେଶ୍ୱରରୁ ବାହାରି ସାରିଛି । ଗ୍ୟାସ୍ ନକାଢ଼ିବା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/Ejt8tunVoAIBiQs.jpg)
/kanak/media/post_attachments/wp-content/uploads/2020/10/33-7.jpg)