କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଭାରତ ଭଲ ପ୍ରଦର୍ଶନ କରିପାରି ନାହିଁ । ପ୍ରଥମ ପାଳିରେ ଭାରତ ୨୪୪ ରନରେ ଅଲ୍ ଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ବୋଲର ପେଟ୍ କମିଂସ ଭାରତର ୪ ୱିକେଟ୍ ନେଇ ଘରୋଇ ଦଳ ପାଇଁ ସହାୟକ ହୋଇଛନ୍ତି । ଏହାସହ ଦେଜଲବୁଡ ୨ ଟି ୱିକେଟ ଓ ମିଶେଲ ଷ୍ଟାର୍କ ଗୋଟିଏ ୱିକେଟ ହାସଲ କରିବାରେ ସମର୍ଥ ହୋଇଛନ୍ତି । ଭାରତର ୩ ଜଣ ଖେଳାଳୀ ରନ୍ ଆଉଟ୍ ହୋଇଛନ୍ତି । ପ୍ରଥମପାଳି ଆଧାରରେ ଅଷ୍ଟ୍ରେଲିଆ ୯୪ ରନରେ ଆଗୁଆ ରହିଛି ।
ଏହାସହ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି । ଖବର ଲେଖା ହେବା ଯାଏ ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ୮ ଓଭର ଖେଳି ଗୋଟିଏ ୱିକେଟ୍ ହରାଇବା ସହ ୨୯ ରନ ସ୍କୋର କରିଛି ।
କହିରଖୁ କି ଭାରତୀୟ ଦଳ ପ୍ରଥମ ପାଳି ବ୍ୟାଟିଂରେ ଅଷ୍ଟ୍ରେଲିଆ ବୋଲର ମାନଙ୍କ ନିକଟରେ ଏକ ପ୍ରକାର ଅତ୍ମ ସମର୍ପଣ କରିଥିଲେ । ଭାରତ ପକ୍ଷରୁ କେବଳ ଶୁଭମନ୍ ଗିଲ ୫୦ ରନ ଓ ଚେତେଶ୍ୱର ପୂଜାରା ୫୦ ରନ କରିବାରେ ସଫଳ ହୋଇଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ୨୮ ରନ୍, ରୋହିତ ଶର୍ମା ୨୬, ଆଜିଙ୍କ୍ୟ ରାହାଣେ ୨୨, ହନୁମା ବିହାରୀ ୪, ଋଷଭ ପନ୍ଥ ୩୬, ଆର, ଅଶ୍ୱନୀ ୧୦, ନବଦୀପ୍ ସୋନୀ ୪ ରନ୍ କରିବାରେ ସଫଳ ହୋଇଥିଲେ ।