ଚୀନ୍ ରେ ୯୦୦ ଲୋକଙ୍କୁ ମାରିଦେଲାଣି ଭୟଙ୍କର ମହାମାରୀ କରୋନା । ବୈଜ୍ଞାନିକମାନେ ଦିନ ରାତି ଅନିଦ୍ରା ରହି ଏହି ଭାଇରସ୍ କୁ କାବୁ କରିବା ପାଇଁ ବିଭିନ୍ନ ଗବେଷଣା ଚଲାଇଥିଲେ ମଧ୍ୟ ଏହାର ସମାଧାନର ବାଟ କେହି ଖୋଜି ପାଉନାହାନ୍ତି । କିନ୍ତୁ ଭାରତରେ ଏହି ଭାଇରସ୍ ସଙ୍ଗେ ଲଢି ଜିତିବାର ସମ୍ଭାବନା ରହିଥିବା କଥା କୁହାଯାଉଛି । ଏହା ଏଥିପାଇଁ କୁହାଯାଉଛି କାରଣ କେରଳର ତ୍ରିଶୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଏହି ଭାଇରସ୍ କବଳିତ କରିଥିଲା କିନ୍ତୁ ସେ ଏବେ ଦ୍ରୁତଗତିରେ ଏଥିରୁ ଭଲ ହେଉଥିବା କଥା କୁହାଯାଇଛି । ପ୍ରଥମେ ଯେତେବେଳେ ଉକ୍ତ ବ୍ୟକ୍ତିଙ୍କ ଟେଷ୍ଟ୍ ହୋଇଥିଲା ସେତେବେଳେ ସେ କରୋନା ଭୁତାଣୁରେ ପୀଡିତ ଥିବା କଥା କୁହାଯାଇଥିଲା କିନ୍ତୁ ଏହାର କିଛି ଦିନ ପରେ ପୁନଃ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାର ଅର୍ଥ ହେଉଛି ତାଙ୍କ ଉପରେ ଚିକିତ୍ସା ଏବଂ ଔଷଧର ପ୍ରଭାବ ପଡିଛି ।
ଉକ୍ତ ବ୍ୟକ୍ତିଙ୍କ ରକ୍ତନମୂନା ରାଷ୍ଟ୍ରୀୟ ବାୟୋଲଜି ସଂସ୍ଥାର ୟୁନିଟ୍ ପକ୍ଷରୁ ନିଆଯାଇଥିଲା । ବର୍ତ୍ତମାନ ୟୁଆଇବିର ଅନ୍ତିମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆପଣଙ୍କୁ କହିରଖୁଛୁ ଜାନୁଆରୀ ୩୦ ତାରିଖରେ ବ୍ୟକ୍ତି ଜଣକ କରୋନା ଭାଇରସ୍ ରେ ପୀଡିତ ବୋଲି ଘୋଷଣା କରାଯାଇଥିଲା । ଏବେ ପର୍ଯ୍ୟନ୍ତ ଭାରତରେ ମୋଟ ୩ ଜଣ ଏହି ଭାଇରସ୍ ରେ ପୀଡିତ ଥିବା କଥା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/j.jpg)
/kanak/media/post_attachments/wp-content/uploads/2020/02/d6632a3c-coronavirus-test-300x169.jpeg)