କନକ ବ୍ୟୁରୋ: କରୋନା ଭାଇରସର ପ୍ରଥମ ଭାରତୀୟ ଚିତ୍ର ସାମାନକୁ ଆସିଛି । ପୁନେର ବୈଜ୍ଞାନିକମାନେ ଟ୍ରାନ୍ସମିଶନ ଇଲେକ୍ଟ୍ରନ ମାଇକ୍ରୋସ୍କୋପ୍ ଇମେଜିଂ ପଦ୍ଧତି ମାଧ୍ୟମରେ ଏହି ଭାଇରସ ବା ଭୂତାଣୁର ଫଟୋ ନେଇଛନ୍ତି । ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ଏହି ଫଟୋ ପ୍ରକାଶ ପାଇଛି । ଚୀନର ଉହାନରୁ ଫେରି ଭାରତରେ କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ଜଣେ ମହିଳାଙ୍କ ସ୍ୱାବରୁ ଏହି ଚିତ୍ର ମିଳିଛି ।
ଏହି ଭାଇରସ ଏକ ମୁକୁଟ ପରି ଦେଖାଯାଉଛି । ଏବଂ ଲାଟିନ୍ ଭାଷାରେ ମୁକୁଟକୁ କରୋନା କୁହାଯାଏ । ତେଣୁ ଏହାର ନାଁ କରୋନା ଭାଇରସ୍ ବୋଲି କୁହାଯାଇଥାଏ । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ନିର୍ମଳା ଗାଙ୍ଗୁଲି କହିଛନ୍ତି , ଭାଇରସର ଜନ୍ମ ଓ ବବର୍ତନ ବିଷୟରେ ଜାଣିବା ପାଇଁ ଏହି ଚିତ୍ର ବେଶ୍ ସହାୟକ ହେବ ।
ତେବେ ଏହା କିପରି କୌଣସି ପ୍ରାଣୀଠାରୁ ମଣିଷ ଦେହକୁ ଆସିଥାଏ ଏବଂ ମଣିଷଠାରୁ କିପରି ଅନ୍ୟ ଜଣେ ମଣିଷକୁ ବ୍ୟାପିଥାଏ ତାର ଗବେଷଣା କ୍ଷେତ୍ରରେ ମଧ୍ୟ ଏହି ଫଟୋ ସହାୟକ ହେବ । ଏବଂ ଏହି ରୋଗର ଔଷଧ ତିଆରି କିମ୍ବା ଭେକସିନ ତିଆରି ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି । ଚୀନର ଉହାନଠାରେ ଦେଖାଯାଇଥିବା ଭାଇରସ୍ ଓ ଭାରତରେ ଦେଖାଯାଉଥିବା ଏହି ଭାଇରସ୍ ମଧ୍ୟରେ ୯୯. ୯୮ ପ୍ରତିଶତ ସାମଞ୍ଜସ୍ୟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/Capture-4.jpg)