କନକ ବ୍ୟୁରୋ: ଦେଶରେ ଆଜିଠୁ ଲାଗୁ ହୋଇଥିବା ନୂଆ ଆଇନରେ ରୁଜୁ ହୋଇଛି ପ୍ରଥମ ଏଫଆଇଆର । ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅଧିନରେ ଏହି ଏଫଆଇଆର ରୁଜୁ କରାଯାଇଛି । ଦିଲ୍ଲୀର କମଳା ମାର୍କେଟରେ ଫୁଟ ଓଭରବ୍ରିଜ ଅବରୋଧ କରିଥିବା ଅଭିଯୋଗରେ ଜଣେ ଉଠା ଦୋକାନୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ନିଜେ ଥାନାର ସବ ଇନ୍ସପେକ୍ଟର । ପେଟ୍ରୋଲିଂ ବେଳେ ଉଠାଦୋକାନୀଙ୍କ ଦୋକାନ ଯୋଗୁୁଁ ଫୁଟ ଓଭରବ୍ରିଜ ଅବରୋଧ ହୋଇଥିବା ସବ ଇନ୍ସପେକ୍ଟର ଦେଖିବାକୁ ପାଇଥିଲେ ।