କନକ ବ୍ୟୁରୋ: ଫ୍ରାନ୍ସରେ ହେବାକୁ ଥିବା ବହୁଦେଶୀୟ ସମରାଭ୍ୟାସ ‘ଓରିୟନ୍‌’ରେ ଭାଗ ନେବେ ରାଫେଲ ପାଇଲଟ୍ ଶିବାଙ୍ଗୀ । ବହୁଦେଶୀୟ ସମରାଭ୍ୟାସ ‘ଓରିୟନ୍‌’ରେ ରାଫେଲ୍‌ ଲଢୁଆ ବିମାନ ଚଳାଉଥିବା ପ୍ରଥମ ଭାରତୀୟ ମହିଳା ପାଇଲଟ୍‌ ଶିବାଙ୍ଗୀ ସିଂହଙ୍କୁ ଭାରତୀୟ ବାୟୁସେନା ଟିମ୍‌ରେ ସାମିଲ କରାଯାଇଛି ବୋଲି ଭାରତୀୟ ବାୟୁସେନାର ଅଧିକାରୀମାନେ ବୁଧବାର ଦିନ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଶିବାଙ୍ଗୀ ହେଉଛନ୍ତି ରାଫେଲ୍‌ ସ୍କ୍ୱାଡ୍ରନ୍‌ର ପ୍ରଥମ ମହିଳା ପାଇଲଟ୍‌ ଏବଂ ‘ମଲ୍ଟି-ରୋଲ୍‌ ଏୟାର୍‌ ଡୋମିନେନ୍ସ’ ବିମାନ ଚଳାଇ ସେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ବିଦେଶରେ ହେବାକୁ ଥିବା ସମରାଭ୍ୟାସ ପାଇଁ ଭାରତ ପ୍ରଥମ କରି ତା’ର ରାଫେଲ୍‌ ଲଢୁଆ ବିମାନ ପଠାଇଛି। ସେଥିପାଇଁ ଫ୍ଲାଇଟ୍‌ ଲେଫ୍ଟେନାଣ୍ଟ୍‌ ଶିବାଙ୍ଗୀ ସିଂହ ଏବେ ଫ୍ରାନ୍ସରେ ଅଛନ୍ତି।