କଟକ ଏସସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା : ପ୍ରଥମ ରୋଗୀ ଭାବେ ଭର୍ତ୍ତି ହେଲେ ନିଶ୍ଚିନ୍ତ କୋଇଲି ଅଂଚଳର ଅନ୍ନପୂର୍ଣ୍ଣା ନାୟକ

କରୋନାରେ ଆକ୍ରାନ୍ତ ହୋଇ ଭେଂଟିଲେଟରରେ ହେଉଥିଲେ ଚିକିତ୍ସିତ

194

କନକ ବ୍ୟୁରୋ : କଟକ ଏସସିବିରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା । କଟକ ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖିରା ଅଂଚଳର ଅନ୍ନପୂର୍ଣ୍ଣା ନାୟକ ପ୍ରଥମ ରୋଗୀ ଭାବେ ଏସସିବିରେ ଏହି ଚିକିତ୍ସା ପାଇଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲର ଭେଂଟିଲେଟରରେ ଥିବା ଅନ୍ନପୂର୍ଣ୍ଣାଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଇକମୋ ୟୁନିଟକୁ ନିଆଯାଇ ଚିକିତ୍ସା କରାଯାଉଛି । ଏସସିବି ମେଡ଼ିକାଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଡା଼କ୍ତର ଦତେଶ୍ୱର ହୋତାଙ୍କ ତତ୍ୱାବଧାନରେ ପ୍ରଫେସର ମନୋଜ କୁମାର ପଟ୍ଟନାୟକଙ୍କ ନିରୀକ୍ଷଣରେ ଏକ ସ୍ୱତନ୍ତ୍ର ଟିମ୍ ଅନ୍ନପୂର୍ଣ୍ଣାଙ୍କର ଚିକିତ୍ସା କରୁଛନ୍ତି ।

ଏଥିରେ କୋଲକାତାରୁ ଡ଼ାକ୍ତର ଦୀପାରଂଜନଙ୍କ ନେତୃତ୍ୱରେ ଆସିଥିବା ୩ଜଣ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ତାଲିମ ନେଇଥିବା ଏସସିବିର ୫ଜଣ ଡ଼କ୍ତରଙ୍କ ସମେତ ୧୯ଜଣ ଟିମ୍ ଏଥିରେ ସାମିଲ ହୋଇଛନ୍ତି । ଗୁରୁତର ରୋଗୀଙ୍କୁ ଏହି ବ୍ୟୟବହୁଳ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗୁରୁବାର ଦିନ ଏସସିବିରେ ୯ଟି ଇକମୋ ମେସିନର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏହାର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଲୋକଙ୍କ ମନରେ ଆଶା ସଂଚାର ହୋଇଛି ।