ହାଇଦ୍ରାବାଦରେ ଦିଆଗଲା ଋଷ ଟିକା ସ୍ପୁଟନିକ ଭି : ପ୍ରଥମ ଡୋଜ ନେଲେ କଷ୍ଟମ ଫାର୍ମାର ଅନ୍ତର୍ଜାତୀୟ ମୁଖ୍ୟ

172

କନକ ବ୍ୟୁରୋ : ହାଇଦ୍ରାବାଦରେ ଦିଆଯାଇଛି ଋଷ ଟିକା ସ୍ପୁଟନିକ ଭିର ପ୍ରଥମ ଡୋଜ । ଆଉ ଏହି ଡୋଜ ନେଇଛନ୍ତି କଷ୍ଟମ ଫାର୍ମା ସର୍ଭିସେସର ଅନ୍ତର୍ଜତୀୟ ମୁଖ୍ୟ ଦୀପକ ସାପ୍ରା । ହାଇଦ୍ରାବାଦର ରେଡ୍ଡି ଲାବ୍ରୋଟୋରୀରେ ଏହି ଟିକା ଦିଆଯାଇଛି । ସେପଟେ ଭାରତରେ ଏହି ଟିକାର ଦର ମଧ୍ୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ୯୪୮ ଟଙ୍କା ସହ ଦେବାକୁ ପଡିବ ଅତିରିକ୍ତ ୫ ପ୍ରତିଶତ ଜିଏସଟି । ଅର୍ଥାତ ମୋଟ ୯୯୫ ଟଙ୍କା ୪୦ ପଇସା ଦେବାକୁ ପଡିବ । ଭାରତରେ ଋଷ ଟିକା ସ୍ପୁଟନିକ ଭିର ବ୍ୟବହାର ପାଇଁ ଅନୁମତି ମିଳିଛି । ଭାରତରେ ଡକ୍ଟର ରେଡ୍ଡି ଲ୍ୟାବକୁ ସ୍ପୁଟନିକ ଭିର ଯୋଗାଣ ଦାୟିତ୍ୱ ଦିଆଯାଇଛି ।

ମେ ପହିଲା‌ ଦିନ ପ୍ରଥମ କରି ରୁଷ୍‌ର ଆସିଥିବା ଏହି ଟିକା ଭାରତରେ ପହଞ୍ଚିଥିଲା । ମେ ୧୩ ତାରିଖ ଦିନ ଏହି ଟିକା କସୌଲିସ୍ଥିତ ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଲାବ୍ରଟରି’ ଠାରୁ ‘ରେଗୁଲେଟରି କ୍ଲିଅରାନ୍ସ୍‌’ ପାଇଥିଲା । ଆଗାମୀ ମାସଗୁଡ଼ିକରେ ରୁଷ୍ ଭାରତକୁ ଅଧିକ ଟିକା ପଠାଇବ । ପରେ ପରେ ଭାରତରେ ‘ସ୍ପୁଟ୍‌ନିକ୍‌-୫’ର ଉତ୍ପାଦନ ଆରମ୍ଭ ହେବ । ‘ସ୍ପୁଟ୍‌ନିକ୍-୫’ ଟିକାର ଦୁଇଟି ଡୋଜ୍‌ କୋଭିଡ୍‌-୧୯ ସଂକ୍ରମଣରୁ ୯୧.୬% ସୁରକ୍ଷା ଦେବ ବୋଲି ରୁଷ୍ ଦାବି କରିଛି ।