ମୋଦୀଙ୍କ ପ୍ରଥମ କ୍ୟାବିନେଟରେ ବଡ ନିଷ୍ପତ୍ତି, ଦେଖନ୍ତୁ କାହା ଉପରେ ଗୁରୁତ୍ୱ

734

କନକ ବ୍ୟୁରୋ : ମୋଦୀଙ୍କ ତୃତୀୟ ପାଳି ସରକାରରେ ଆଜି ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବେଳେ ଏଥିରେ କିଛି ବଡ ଘୋଷଣା କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ମୁତାବକ ଆବାସ ଯୋଜନାରେ ଗ୍ରାମୀଣ, ସହରୀ ଘର ନିର୍ମାଣ ପାଇଁ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅତିରିକ୍ତ ୩ କୋଟି ଘର ଦିଆଯିବ । ଘର ପାଇଥିବା ହିତାଧିକାରୀଙ୍କୁ ବିଜୁଳି, ଗ୍ୟାସ, ପିଇବା ପାଣି ଓ ଶୌଚାଳୟ ଆଦି ଯୋଗାଇ ଦିଆଯିବ ।