କନକ ବ୍ୟୁରୋ: ବଡ ଖବର । ରାଜ୍ୟରେ ପସିଲା ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଓଡିଶାରେ ପ୍ରଥମ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଗଲା ସୂଚନା । ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ୪୮ କେସ ଚିହ୍ନଟ ହୋଇଛି ।
ମହାରାଷ୍ଟ୍ରରୁ ୨୦, ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଡେଲଟା ପ୍ଲସ ଭ୍ୟାରିଆଣ୍ଟରେ ଜଣଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/DELTA-PLUS.jpg)