ଆଜିି ପହିଲି ରଜ : ଗାଁଠୁ ସହର ସବୁଠି ଉତ୍ସବ ମୁଖର

51

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ରଜକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି ।  ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର ମହକରେ ଫାଟି ପଡୁଛି ଗା ଦାଣ୍ଡ । ରଜ ପାଳିବାକୁ ହାତରେ ମେହେନ୍ଦି , ଗୋଡରେ ଅଳତା ସହ ମୁଣ୍ଡରେ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଯୁବତୀ । ରଜକୁ ନେଇ ପିଲାଠୁ ବୁଢା ଯାଏଁ ସମସ୍ତେ ଲାଗିପଡିଛନ୍ତି । ରଜ ଦୋଳି ଖେଳ  ବିନା ରଜ ଅଧୁରା । ତେଣୁ ବାଉଁସ କଟାଯାଇ ଦୋଳି ପ୍ରସ୍ତୁତି । କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି । ହେଲେ ଏସବୁ ଭିତରେ ଗୋଟିଏ ଜିନିଷର ରହିଛି ରଜରେ ବେସ୍ ଚାହିଦା । ରଜ ପାନ । କଥାରେ ଅଛି ରଜ ପାନ ବିନା ରଜର ମଜ୍ଜା ଫିକା । ଆଧୁନିକତାର ସ୍ପର୍ଶରେ ଏବେ ବି ଗାଁ ଗହଳିର ଲୋକ ମାନେ ରଜ ପର୍ବକୁ ଧୁମ୍ ଧାମ୍ ପାଳନ କରିଥାନ୍ତି ।