ଝାରପଡ଼ା ଜେଲରେ ପ୍ରଥମ ରାତି କାଟିଲେ କୁବେର ପିଏସ । ଜାମିନ ନାମଞ୍ଜୁର ହେବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ।

178

କନକ ବ୍ୟୁରୋ : ଝାରପଡ଼ା ଜେଲରେ ପ୍ରଥମ ରାତି କାଟିଲେ ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁ । ବିରଞ୍ଚିିଙ୍କ ଜାମିନ ଆବେଦନ ଖାରଜ ହେବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଗିରଫ ପରେ ବିରଞ୍ଚିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ବିରଞ୍ଚିଙ୍କ ପକ୍ଷରୁ ଜାମିନ ପାଇଁ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ବିରଞ୍ଚି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କର ବିଭିନ୍ନ ଠିକଣାରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ପରେ ସାମନାକୁ ଆସିଥିଲା ତାଙ୍କର କୁବେର ଭଳି ସମ୍ପତ୍ତିର ହିସାବ । ଏତେ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଦୁଇ ବ୍ୟାଙ୍କ ଆକାଉଣ୍ଟରୁ ୯ଲକ୍ଷ ଟଙ୍କା ମିଳିଥିବା ବେଳେ ତଦନ୍ତ ଚାଲିଛି ।  ସୋମବାର ଦିନ ବ୍ୟାଙ୍କ ଖୋଲିବା ପରେ ଆହୁରି ଅଧିକ ବ୍ୟାଙ୍କ ଡିପୋଜିଟର ହିସାବ ମିଳିବ ବୋଲି ଅନୁମାନ କରାଯାଇଛି ।