ସଚିବାଳୟରେ ବସିଲା ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିପରିଷଦ ବୈଠକ । ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ପରେ ନୂଆ ଟିମ୍ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ।

312

କନକ ବ୍ୟୁରୋ: ନବୀନଙ୍କ ସରକାରଙ୍କ ପଞ୍ଚମ ପାଳିର ବିଧିବଦ୍ଧଭାବେ ମନ୍ତ୍ରିମଣ୍ଡଳ ବିଭାଗ ଦାୟିତ୍ୱ ବଣ୍ଟନ ହୋଇଛି । ଏହାପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ପ୍ରଥମ ମନ୍ତ୍ରିପରିଷଦ ବୈଠକ । ଉଭୟ ୧୧ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ସହ ନୂଆ ସରକାର ପ୍ରଥମ ମନ୍ତ୍ରିପରିଷଦ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସନ୍ଧ୍ୟାରେ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ ବସିବ ।

ସେପଟେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିବାକୁଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିପାରେ । ବିଶେଷ କରି ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା ହୋଇଥିବା ଇସ୍ତାହାରରେ ଯେଉର୍ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଉପରେ କ୍ୟାବିନେଟ୍ ମଞ୍ଜୁରୀ ମିଳିପାରେ ।

Comments are closed.