କନକ ବ୍ୟୁରୋ: ନବୀନଙ୍କ ସରକାରଙ୍କ ପଞ୍ଚମ ପାଳିର ବିଧିବଦ୍ଧଭାବେ ମନ୍ତ୍ରିମଣ୍ଡଳ ବିଭାଗ ଦାୟିତ୍ୱ ବଣ୍ଟନ ହୋଇଛି । ଏହାପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ପ୍ରଥମ ମନ୍ତ୍ରିପରିଷଦ ବୈଠକ । ଉଭୟ ୧୧ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ସହ ନୂଆ ସରକାର ପ୍ରଥମ ମନ୍ତ୍ରିପରିଷଦ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସନ୍ଧ୍ୟାରେ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ ବସିବ ।
ସେପଟେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିବାକୁଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିପାରେ । ବିଶେଷ କରି ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା ହୋଇଥିବା ଇସ୍ତାହାରରେ ଯେଉର୍ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଉପରେ କ୍ୟାବିନେଟ୍ ମଞ୍ଜୁରୀ ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/BAITHAK.jpg)