ନିର୍ବାଚନ ପରେ କନ୍ଧମାଳ ଜିଲ୍ଲା ପରିଷଦ ପ୍ରଥମ ଅଧିବେଶନ: ଆସିଲେନି ଜିଲ୍ଲାର ୩ ବିଧାୟକ; କହିଲେ ଆମକୁ ଡକାଯାଇନି

Advertisment
ନିର୍ବାଚନ ପରେ କନ୍ଧମାଳ ଜିଲ୍ଲା ପରିଷଦ ପ୍ରଥମ ଅଧିବେଶନ: ଆସିଲେନି ଜିଲ୍ଲାର ୩ ବିଧାୟକ; କହିଲେ ଆମକୁ ଡକାଯାଇନି

Image Courtesy:sambad.in

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ପରିଷଦର ଗତକାଲି ଥିଲା ପ୍ରଥମ ଅଧିବେଶନ। ହେଲେ ଏହି ଅଧିବେଶରେ ଜିଲ୍ଲାରୁ ନିର୍ବାଚିତ ବିଜେଡିର ୩ ଜଣ ଯାକ ବିଧାୟକ ଯୋଗ ନ ଦେବା ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ସକାଳ ୧୦ଟା ୩୦ରେ ଅଧିବେଶନ ଆରମ୍ଭ ହେବାର ଥିଲା। ବିଧାୟକଙ୍କୁ ଅପେକ୍ଷା କରି ଏକ ଘଣ୍ଟା ବିଳମ୍ବରେ ଅଧିବେଶନ ଆରମ୍ଭ ହେଲା। ବିଭିନ୍ନ ବିଭାଗର କାର୍ଯ୍ୟ ସମ୍ପର୍କରେ କିଛି ସମୟ ଆଲୋଚନା ପରେ ଜିଲ୍ଲାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର ଓ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କାହିଁକି ଅନୁପସ୍ଥିତ ଅଛନ୍ତି ଏ ନେଇ ଜଣେ ସଦସ୍ୟ ଜାଣିବାକୁ ଚାହିଁଥିଲେ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କିନ୍ତୁ ସଫେଇ ଦେଇଛନ୍ତି, ୩ ବିଧାୟକଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି। ସେମାନେ ଚିଠି ଗ୍ରହଣ ମଧ୍ୟ କରିଛନ୍ତି। ତା’ସତ୍ତ୍ବେ କାହିଁକି ବୈଠକକୁ ଆସିଲେ ନାହିଁ କହି ପାରିବେ ନାହିଁ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବି ଚିଠି ଦିଆ ଯାଇଥିବା କଥା କହିଥିଲେ। ହେଲେ ଉପସ୍ଥିତ ଥିବା ସାଂସଦ ଓ ଜିଲ୍ଲାପାଳ ଏ ଘଟଣାରେ ମୁହଁ ଖୋଲି ନଥିଲେ। ଏନେଇ ଫୁଲବାଣୀ, ବାଲିଗୁଡା ବିଧାୟକଙ୍କୁ ଯୋଗାଯୋଗ କରିବାରେ ଜିଲ୍ଲା ପରିଷଦ ଅଧିବେଶନକୁ ସେମାନଙ୍କୁ ଡକାଯାଇ ନଥିବା ଓ କୌଣସି ଚିଠି ପାଇ ନଥିବା କଥା କହିଥିବା ବେଳେ ଘୁ.ଉଦୟଗିରି ବିଧାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe