ବାଲେଶ୍ୱରରୁ ପ୍ରଥମ ଥର ପାଇଁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ନମୂନାରୁ ଆସିଲା ପଜିଟିଭ୍ । ଆକ୍ରାନ୍ତ ଜଣକ କାହା ସଂସ୍ପର୍ଶରେ ଆସିଥିଲେ କଣ୍ଟାକ୍ଟ ଟ୍ରେସିଂ ଜାରି…

3,115

କନକ ବ୍ୟୁରୋ: ବାଲେଶ୍ୱରରୁ ପ୍ରଥମ ଥର ପାଇଁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ନମୂନା ପରୀକ୍ଷା ପରେ ଆସିଲା ପଜିଟିଭ୍ ବୋଲି ଟ୍ୱିଟ୍ କରି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।  ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୫୮ ବର୍ଷ । ସେ ଜଣେ ପୁରୁଷ । ସେ କେଉଁଠିକୁ ଯାଇଥିଲେ, କାହା ସହିତ ମିଶିଥିଲେ ଓ ତାଙ୍କର ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହାର ଟ୍ରେସିଂ କରାଯାଉଛି ।

ସେପଟେ ଭୁବନେଶ୍ୱରଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ପୁଣି ଏକାଥରେ ଭୁବନେଶ୍ୱରର ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଲଗାତାର ୨ ଦିନରେ ରାଜଧାନୀରୁ ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ । ତେବେ ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୪ରେ ପହଞ୍ଚିଲା ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ୧୨ ଘଟିକା (ମଧ୍ୟରାତ୍ର) ସୁଦ୍ଧା ୮ ହଜାର ୬୧୯ ନମୁନା ପରୀକ୍ଷାର ରିପୋର୍ଟ ମିଳିଛି । ଏଥି ମଧ୍ୟରୁ ୬୧ଟି ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରାଜ୍ୟରେ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୦.୭ । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଡାକ୍ତରଖାନାରୁ ଘରୁକୁ ଫେରିଛନ୍ତି ୨୪ ଜଣ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସକ୍ରିୟ ଥିବା ୩୬ ଜଣ କରୋନା ରୋଗୀ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲମାନଙ୍କରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।