ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ । ଅଧ୍ୟକ୍ଷତା କରିବେ କେନ୍ଦ୍ରାଞ୍ଚଳ ଆରଡିସି ।

76

କନକ ବ୍ୟୁରୋ: ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆଜି ବସୁଛି ପ୍ରଥମ ସମନ୍ୱୟ କମିଟି ବୈଠକ । ଦିନ ୧୧ଟାରେ ପୁରୀ ପୌରସଦନରେ ଏହି ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ରାଞ୍ଚଳ ଆରଡିସି ଏହାର ଅଧ୍ୟକ୍ଷତା କରିବେ । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ପ୍ରଶାସନର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହିବେ । ରଥଯାତ୍ରା ପ୍ରସ୍ତୁତି ସହ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ, କପଡ଼ା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ନେଇ ସମୀକ୍ଷା କରାଯିବ । ପ୍ରଥମ ସମନ୍ୱୟ ବୈଠକ ଆରଡିସିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବେଳେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ଓ ତୃତୀୟ ତଥା ଚୂଡାନ୍ତ ସମନ୍ୱ୍ରୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ।