କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସୁଛି ପ୍ରଥମ ସମନ୍ୱୟ କମିଟି ବୈଠକ । ପୁରୀ ସମ୍ମିଳନୀ କକ୍ଷରେ ହେବାକୁ ଥିବା ବୈଠକ ପାଇଁ ଜିଲ୍ଲାର ବିଭିନ୍ନ ବିଭାଗକୁ ଚିଠି କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କୁ ରହିବାକୁ କୁହାଯାଇଛି ।

Advertisment

ବୈଠକରେ ରଥ ନୀତି ଶୃଙ୍ଖଳିତ କରିବା ସହ ଲୋକଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଉପରେ ଆଲୋଚନା ହେବ । ଆସନ୍ତା ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାରେ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସେଥିପାଇଁ ବୈଠକରେ ବିଶେଷ ଭାବେ ଆଲୋଚନା ହେବ । ଆସନ୍ତା ଏପ୍ରିଲ ୨୨ ତାରିଖ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାମ ଆରମ୍ଭ ହେବ ।