କନକ ବ୍ୟୁରୋ : ଆରପାରିରେ ଅଜିତ ଯୋଗୀ । ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ । ପରଲୋକ ନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ପୁଅ ଅମିତ ଯୋଗୀ । ମୃତ୍ୟୁ ବେଳକୁ ଅଜିତ୍ ଯୋଗୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଅଜିତ୍ ଯୋଗୀ ଗତ ମେ ୯ ତାରିଖରେ ହୃଦାଘାତର ଶିକାର ହେବାପରେ ଚିକିତ୍ସା ପାଇଁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ, ଆଜି ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଲାଗଲାଗ ଦୁଇଟି ହୃଦ୍ଘାତ ହେବା ଫଳରେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହୋଇ ପଡ଼ିଥିଲା । ତାଙ୍କୁ ଆଇସିୟୁ ମଧ୍ୟରେ ରଖି ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ସ୍ୱାସ୍ଥାବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କହିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଆଜି ଅପରାହ୍ଣରେ ଅଜିତ ଯୋଗୀଙ୍କର ଦେହାନ୍ତ ହୋଇଯାଇଛି ।
२० वर्षीय युवा छत्तीसगढ़ राज्य के सिर से आज उसके पिता का साया उठ गया।केवल मैंने ही नहीं बल्कि छत्तीसगढ़ ने नेता नहीं,अपना पिता खोया है।माननीय अजीत जोगी जी ढाई करोड़ लोगों के अपने परिवार को छोड़ कर,ईश्वर के पास चले गए।गांव-गरीब का सहारा,छत्तीसगढ़ का दुलारा,हमसे बहुत दूर चला गया। pic.twitter.com/RPPqYuZ0YS— Amit Jogi (@amitjogi) May 29, 2020
ଉଲ୍ଲେଖଯୋଗ୍ୟ, ଅଜିତ ଯୋଗୀ ନଭେମ୍ବର ୨୦୦୦ ରୁ ନଭେମ୍ବର ୨୦୦୩ ପର୍ଯ୍ୟନ୍ତ ନବଗଠିତ ଛତିଶଗଡ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କଂଗ୍ରେସ ଦଳର ଜଣେ ପୁରୁଖା ନେତା ଭାବେ ବିବେଚିତ ଅଜିତ ଯୋଗୀ ୨୦୧୬ରେ କଂଗ୍ରେସ ଦଳରୁ ଅଲଗା ହୋଇ ଯାଇଥିଲେ । ପରେ ସେ ଜନତା କଂଗ୍ରେସ ଛତିଶଗଡ (ଜେ) ନାମରେ ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ ।